୨୫ ତାରିଖ ପର୍ଯ୍ୟନ୍ତ ମଦ ଏବଂ ମାଂସ ଦୋକାନ ବନ୍ଦ, କାଉଡ଼ି ଯାତ୍ରାରେ କୌଣସି ଅସୁବିଧା ନହେବା ପାଇଁ ନିଆଗଲା ନିଷ୍ପତ୍ତି

25 ତାରିଖ ପର୍ଯ୍ୟନ୍ତ କୌଣସି ମାଂସ କିମ୍ବା ମଦ ଦୋକାନ ଖୋଲାଯିବ ନାହିଁ

ନୂଆଦିଲ୍ଲୀ: ବର୍ତ୍ତମାନ ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି ଏବଂ ସାରା ଦେଶରେ କାଉଡ଼ିଆ ମାନେ ଗଙ୍ଗା ଜଳ ନେଇ କାଉଡ଼ି ଯାତ୍ରାରେ ଯାଉଛନ୍ତି। ତେବେ ଏହାରି ମଧ୍ୟରେ ଦିଲ୍ଲୀ ଜଙ୍ଗପୁରାର ବିଜେପି ବିଧାୟକ ତରବିନ୍ଦର ସିଂହ ମାରୱାହ ଏକ ବଡ଼ ବୟାନ ଦେଇଛନ୍ତି।

ସେ କହିଛନ୍ତି ଯେ “କାଉଡିଆମାନଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ଦିଆଯିବ ନାହିଁ। ଜଙ୍ଗପୁରାରେ 25 ତାରିଖ ପର୍ଯ୍ୟନ୍ତ କୌଣସି ମାଂସ କିମ୍ବା ମଦ ଦୋକାନ ଖୋଲିବାକୁ ଦିଆଯିବ ନାହିଁ। ଯଦି କେହି ଦୋକାନ ଖୋଲିଥାଏ, ତେବେ ଆମେ ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।”

ସେ ଆହୁରି ମଧ୍ୟ କହିଛନ୍ତି ଯେ “ଆମେ ଦିଲ୍ଲୀରେ ଏହି ଶିବଭକ୍ତମାନଙ୍କୁ ବହୁତ ଭବ୍ୟ ଭାବରେ ସ୍ୱାଗତ କରିବୁ। ହିନ୍ଦୁ-ଶିଖ ଏକତାକୁ ଭାଙ୍ଗିବାକୁ ଦେବୁ ନାହିଁ। ଆମେ ଗୁରୁଦ୍ୱାର ଏବଂ ମନ୍ଦିର କମିଟି ସହିତ ବସି ନିଷ୍ପତ୍ତି ନେଇଛୁ ଯେ ଆମେ ଗୋଟିଏ ବି ମାଂସ ଦୋକାନ କିମ୍ବା ମଦ ଦୋକାନ ଖୋଲିବାକୁ ଦେବୁ ନାହିଁ।”

କେତେକ ଅସାମାଜିକ ଲୋକମାନେ ଦେଶର ଏକତା ଏବଂ ଅଖଣ୍ଡତାକୁ ଭାଙ୍ଗିବାକୁ ଚାହୁଁଛନ୍ତି। ସେଥିପାଇଁ ଶାହଦରାରେ କାଉଡିଆ ଯିବା ରାସ୍ତାରେ କାଚ ଖଣ୍ଡ ଫିଙ୍ଗାଯାଇଥିଲା। ସେ କହିଛନ୍ତି ଯେ ଅମିତ ଶାହ ଦିଲ୍ଲୀରେ ଆଇନ ଶୃଙ୍ଖଳା ପ୍ରତି ବହୁତ କଠୋର। ସେ ନିରନ୍ତର ବୈଠକ କରୁଛନ୍ତି ଏବଂ ନିର୍ଦ୍ଦେଶ ଦେଉଛନ୍ତି ଯେ ଆମେ ଦିଲ୍ଲୀରେ ଗୋଟିଏ ବି ଅପରାଧ ଘଟିବାକୁ ଦେବୁ ନାହିଁ।