fbpx

ଏହି ୬ଦିନ ଆପଣଙ୍କୁ ମିଳିବନି ଗୋଟିଏ ବୁନ୍ଦା ମଦ, ଜାଣିନିଅନ୍ତୁ ଡ୍ରାଏ ଡେ’ ଲିଷ୍ଟ

Advertisement

ନୂଆଦିଲ୍ଲୀ: ଏ ଖବର ସେହିମାନଙ୍କ ଲାଗି ଯେଉଁମାନେ ବିନା ମଦରେ ରହିପାରିବେ ନାହିଁ । ଦିଲ୍ଲୀରେ ଜାନୁୟାରୀରୁ ମାର୍ଚ୍ଚ ମଧ୍ୟରେ ୬ଟି ଡ୍ରାଏ ଡେ’ ପଡୁଛି । ସବୁଠାରୁ ଅଧିକ ଡ୍ରାଏ ଡେ’ ମାର୍ଚ୍ଚ ମାସରେ ପଡୁଛି । ଏଥିମଧ୍ୟରୁ ମାର୍ଚ୍ଚ ୬ରେ ସ୍ୱାମୀ ଦୟାନନ୍ଦ ସରସ୍ୱତୀ ଜୟନ୍ତୀ, ୮ ମାର୍ଚ୍ଚରେ ମହାଶିବରାତ୍ରୀ, ୨୫ ମାର୍ଚ୍ଚରେ ହୋଲି ଓ ୨୯ମାର୍ଚ୍ଚରେ ଗୁଡ୍ ଫ୍ରାଇ ଡେ’ ପଡୁଛି । କିନ୍ତୁ ଅନ୍ୟ ରାଜ୍ୟ ପରି ଦିଲ୍ଲୀରେ ଜାନୁୟାରୀ ୨୨ ଅର୍ଥାତ୍ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନକୁ ଡ୍ରାଏ ଡେ’ ଘୋଷଣା କରାଯାଇନାହିଁ ।

କିନ୍ତୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୨ ଜାନୁୟାରୀକୁ ରାଷ୍ଟ୍ରୀୟ ପର୍ବ ଭାବରେ ପାଳନ କରିବାକୁ ନିବେଦନ କରିଛନ୍ତି । ଏହିଦିନ ରାଜ୍ୟରେ ସମସ୍ତ ମଦ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ଆଯୋଧ୍ୟାରେ ସନ୍ଥମାନେ ମଧ୍ୟ ସ୍ୱାଗତ କରିଛନ୍ତି । ଏହା ସହିତ ଭବିଷ୍ୟତରେ ଜାନୁୟାରୀ ୨୨କୁ ଡ୍ରାଏ ଡେ’ ଭାବରେ ପାଳନ କରାଯିବା ନେଇ ନିୟମ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ଜଣାଇଛନ୍ତି ।

Get real time updates directly on you device, subscribe now.