fbpx

ଆଫଗାନିସ୍ତାନ ଯୁଦ୍ଧ ଉପରେ ନିର୍ମାଣ ହୋଇ ସାରିଛି ଏହି ସବୁ ଫିଲ୍ମ

ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପରେ ଚର୍ଚ୍ଚାରେ ରହିଛି ଏହି ଆତଙ୍କୀ ସଙ୍ଗଠନ । ପୂର୍ବରୁ ଏହି ଆତଙ୍କୀ ସଙ୍ଗଠନକୁ ନେଇ ଅନେକ ଥର ପରଦାକୁ ଫିଲ୍ମ ଆସିଛି । ଆସନ୍ତୁ ନଜର ପକାଇବା ସେମିତି କିଛି ଫିଲ୍ମ ଉପରେ ।

ଏସ୍କେପ୍ ଫ୍ରମ ତାଲିବାନ: ୨୦୦୩ରେ ରିଲିଜ ହୋଇଥିବା ମନୀଷା କୋଇରାଲାଙ୍କ ଏସ୍କେପ ଫ୍ରମ ତାଲିବାନର କାହାଣୀ ତାଲିବାନ ଉପରେ ଆଧାରିତ । ଉଜ୍ଜଳ ଚଟୋପାଧ୍ୟାୟଙ୍କ ଏହି ଫିଲ୍ମଟି ସୁସ୍ମିତା ବାନାର୍ଜୀଙ୍କ ଉପନ୍ୟାଦ ଏ କାବୁଲିୱାଲାସ ବେଙ୍ଗଲୀ ୱାଇଫ ଉପରେ ଆଧାରିତ । ଫିଲ୍ମର ମୁଖ୍ୟ ଚରିତ୍ର ଜଣେ ଅଫଗାନୀ ବ୍ୟବସାୟୀଙ୍କୁ ବିବାହ କରନ୍ତି । ମାତ୍ର ତାଲିବାନୀ ନିୟମ ମାନି ଇସଲାମକୁ ପରିବର୍ତ୍ତିତ ନହେବା କାରଣରୁ ତାଙ୍କୁ ହତ୍ୟା କରନ୍ତି ତାଲିବାନୀ । ଫିଲ୍ମର ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ ମନୀଷା କୋଇରାଲା ଓ ନୱାବ ଶାହ ।

ଦ ଆଉଟପୋଷ୍ଟ: ୨୦୨୦ରେ ରିଲିଜ ହୋଇଥିବା ଫିଲ୍ମ ଦ ଆଉଟପୋଷ୍ଟ ମଧ୍ୟ ତାଲିବାନ ପୃଷ୍ଠଭୂମି ଉପରେ ରହିଛି । ୨୦୧୨ ମସିହାର ଜେକ ଟାପରଙ୍କ ବହି ଦ ଆଉଟପୋଷ୍ଟକୁ ନେଇ ଏହି ଫିଲ୍ମ ନିର୍ମାଣ କରିଥିଲେ ରଡ୍ ଲୌରୀ । ଏହି ଫିଲ୍ମଟି ଆଫଗାନିସ୍ତାନର ବ୍ୟାଟେଲ ଅଫ୍ କାମଦେଶ ଉପରେ ପର୍ଯ୍ୟବେସିତ । ସ୍କଟ ଇଷ୍ଟଉଡ ମୁଖ୍ୟ ଭୂମିକାରେ ନଜର ଆସିଥିବା ବେଳେ କାଲେବ ଲାଣ୍ଡ୍ରି ଜୋନ୍ସ ଏବଂ ଅରଲାଣ୍ଡୋ ବ୍ଲୁମ ସହ କଳାକାର ଭାବରେ ନଜର ଆସିଥିଲେ ।

ରେଷ୍ଟ୍ରେପୋ: ୨୦୧୦ର ଏହି ପ୍ରାମାଣିକ ଚଳଚିତ୍ର(ଡକ୍ୟୁମେଣ୍ଟାରୀ) ଆଫଗାନିସ୍ତାନ ଯୁଦ୍ଧ ଉପରେ ଆଧାରିତ । ଆମେରିକୀୟ ସାମ୍ବାଦିକ ସେବାଷ୍ଟିଆନ ଜଙ୍ଗର ଏବଂ ବ୍ରିଟିଶ ଫଟୋ ସାମ୍ବାଦିକ ଟିମ୍ ହେଥେରିଙ୍ଗଟନ ଏହାର ନିର୍ଦ୍ଦେଶନା ଦେଇଛନ୍ତି । ଭ୍ୟାନିଟି ଫେୟାର ପାଇଁ ଖବର ସଂଗ୍ରହ ସମୟରେ ଉଭୟ ଏହି ପ୍ରାମାଣିକ ଚଳଚିତ୍ର ପ୍ରସ୍ତୁତ କରିଥିଲେ । ଆଫଗାନିସ୍ତାନରେ ସୈନ୍ୟଙ୍କ ବାସ୍ତବ ଜୀବନକୁ ଏଥିରେ ଦେଖାଇଛନ୍ତି ଦୁଇ ନିର୍ଦ୍ଦେଶକ ।

୧୨ ଷ୍ଟ୍ରଙ୍ଗ: ୨୦୧୮ର ଏହି ଆକ୍ସନ ଡ୍ରାମାର ନିର୍ଦ୍ଦେଶନା ଦେଇଥିଲେ ନିକୋଲାଇ ଫଗସ୍ଲିଗ୍ । ଟେଡ ଟାଲି ଓ ପିଟର କ୍ରେଗ ଏହାର କାହାଣୀ ଲେଖିଥିବା ବେଳେ ଏହା ଡଗ ଷ୍ଟାଣ୍ଟୋନଙ୍କ ପୁସ୍ତକ ହର୍ସ ସୋଲଜର ଉପରେ ଆଧାରିତ । ସେପ୍ଟେମ୍ବର ୧୧ ଆକ୍ରମଣ ପରେ ଆଫଗାନିସ୍ତାନ ଯାଇଥିବା ଆମେରିକୀୟ ସେନାର କାହାଣୀକୁ ନେଇ ଏହି ଫିଲ୍ମଟି ଗତିଶୀଳ । କ୍ରିସ ହେମସଓର୍ଥ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।

ଲୋନ ସର୍ଭାଇଭର: ପିଟର ବର୍ଗଙ୍କ ଦ୍ୱାରା ଏହି ଫିଲ୍ମର କାହାଣୀ ଲେଖାଯାଇଥିବା ବେଳେ ସେ ନିଜେ ଏହାର ନିର୍ଦ୍ଦେଶନା ଦେଇଥିଲେ । ଏହି ବାୟୋଗ୍ରାଫିକାଲ ଡ୍ରାମାଟି ମାର୍କସ ଲଟରେଲ ଓ ପ୍ୟାଟ୍ରିକ ରବିନସନଙ୍କ ୨୦୦୭ କାହାଣୀ ଉପରେ ନିର୍ମିତ । ତାଲିବାନୀ ନେତା ଅହମଦ ଶାହଙ୍କ ଉପରେ ନଜର ରଖିଥିବା ନାଭି ସିଲ୍ ଟିମ କେମିତି ସମସ୍ୟାର ସମ୍ମୁଖୀନ ହୋଇଛି ତାହା ଦେଖାଯାଇଛି । ଅପରେସନ ରେଡ ୱିଙ୍ଗସର କାହାଣୀକୁ ନେଇ ଏହି ଫିଲ୍ମଟି ତିଆରି ହୋଇଛି । ୨୦୧୩ ମସିହାର ଏହି ଫିଲ୍ମରେ ମାର୍କ ୱାଲବର୍ଗ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।

କାନ୍ଦାହାର: ମୋହସେନ ମାଖମାଲବାଫଙ୍କ ଏହି ଈରାନୀ ଫିଲ୍ମଟି କିଛି ସତ୍ୟ ଘଟଣା ଉପରେ ଆଧାରିତ । ତାଲିବାନ ରାଜୁତି ସମୟରେ ନିଜ ଭଉଣୀକୁ ଉଦ୍ଧାର କରିବା ପାଇଁ ଜଣେ ଭାଇର ଯାତ୍ରା ଏହି ଫିଲ୍ମରେ ଦେଖିବାକୁ ମିଳୁଛି । କାନାଡାରେ ରହୁଥିବା ଜଣେ ଭାଇ କିଭଳି ନିଜ ଭଊଣୀକୁ ଉଦ୍ଧାର କରିବା ପାଇଁ କରିଥିବା ସଂଘର୍ଷ ଏହି ଫିଲ୍ମରେ ଦେଖିବାକୁ ମିଳିଛି ।

ଦ ବ୍ରେଡୱିନର: ୨୦୧୭ର ଏହି ଆନିମେସନ ଡ୍ରାମା ମଧ୍ୟ ତାଲିବାନ ଆତଙ୍କୀ ଉପରେ ଆଧାରିତ । ନୋରା ଟୋମେଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ପ୍ରଯୋଜନା କରିଥିଲେ ଆଞ୍ଜେଲିନା ଜୋଲି ଏବଂ ମିମି ପଲ୍କ ଗିଟଲିନ୍ । ସମାନ ନାମର ଡେବୋରା ଏଲିସଙ୍କ ବେଷ୍ଟୁ ସେଲିଂ ନଭେଲ ଉପରେ ଏହି ଫିଲ୍ମ ନିର୍ମାଣ ହୋଇଥିଲା । ତାଲିବାନ ସମୟରେ ଝିଅଟିଏ ନିଜ ପରିବାରର ଗୁଜୁରାଣ ମେଣ୍ଟାଇବାକୁ କିଭଳି ସଂଘର୍ଷ କରୁଛି ତାହା ଏହି ଫିଲ୍ମରେ ଦେଖିବାକୁ ମିଳିଛି ।

Get real time updates directly on you device, subscribe now.