CHARIDHAM

ଛୋଟ ଝିଅକୁ ମିଳିଲାନି ଆଇସକ୍ରିମ୍, ତାପରେ କଲା କିଛି ଏମିତି, ଦେଖିଲେ ହସି ହସି ଗଡ଼ିବେ…

ଯଦି ଆପଣ କୌଣସି ସପିଂ ମଲ୍ ଯାଇଥିବେ କିମ୍ବା କୌଣସି ଆଇସକ୍ରିମ ପାର୍ଲର ଦେଖିଥିବେ ଆଇସକ୍ରିମ ଦେଉଥିବା ବ୍ୟକ୍ତି ଲୋକଙ୍କ ସହ ମଜା କରିଥାନ୍ତି । ଯେତେବେଳେ କେହି ତାଙ୍କ ପାଖକୁ ଆଇସକ୍ରିମ ପାଇଁ ଯାଇଥାନ୍ତି ସେ ଗୋଟିଏ ଥରରେ ଆଇସକ୍ରିମ ଦେଇନଥାନ୍ତି ଏବଂ ଗ୍ରାହକଙ୍କ ସହ ମଜା କରିଥାନ୍ତିି । ଏମିତି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓରେ ଏକ ଆଇସକ୍ରିମ ଦୋକାନୀ ଜଣେ କୁନି ଝିଅ ସହ ପ୍ରାଙ୍କ୍ କରିବାକୁ ଚେଷ୍ଟା କରୁଛନ୍ତି । ଆଉ ଝିଅଟି ଆଇସକ୍ରିମ ବାଲାକୁ ନିଜ ଅନ୍ଦାଜରେ ମଜା ଚଖଉଛନ୍ତି । ଆଇସକ୍ରିମବାଲାକୁ ମଜା ଚଖାଇବାକୁ ଝିଅଟି ଯାହା କରୁଛି ତାହା ବାସ୍ତବାରେ ଦେଖିବା ଭଳି ଏବଂ ତାକୁ ଦେଖିଲେ ଆପଣକୁ ମଜାଆସିଯିବ ।

ପ୍ରକୃତରେ ଆଇସକ୍ରିମ ଦୋକାନୀ ଝିଅଟିକୁ ଆଇସକ୍ରିମ ଦେବା ବଦଳରେ ଟରକିସ୍ ଷ୍ଟାଇଲେ ପ୍ରାଙ୍କ୍ କରିବା ଆରମ୍ଭ କରଥିଲା ଏବଂ କୁନି ଝିଅ ସହ ମଜା କରିବାକୁ ଲାଗିଥିଲା । ତେବେ ଝିଅଟି ତାଙ୍କୁ ମଜା ଚଖାଇବାକୁ ଯାଇ ଆଇସକ୍ରିମ ଛାଡ଼ି ସେଠାରେ ଚାଲି୍ଥିବା ଗୀତରେ ନାଚିବାକୁ ଲାଗିଥିôଲା । ଯାହାକୁ ଦେଖି ଆଇସକ୍ରିମ ବାଲା ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା ଏବଂ ଝିଅ ସହ ନାଚିବାକୁ ଲାଗିଥିଲା । ଏହି ମଜାଦାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓକୁ ଆଇଏଏସ ଅଧିକାରୀ ଅବନୀଶ ଶରଣ ଟ୍ୱିଟରରେ ସେୟାର କରିଛନ୍ତି ।