fbpx
BSKY SKY
BSKY SKY

Live-In Relationship ହେଉଛି ଏକ ଭୟଙ୍କର ରୋଗ! ଏଭଳି ସମ୍ପର୍କ ପାଇଁ ପ୍ରସ୍ତୁତ ହେବ ନୂଆ ଆଇନ୍

BSKY

ନୂଆଦିଲ୍ଲୀ: ଆଜିର ଯୁବପିଢୀଙ୍କ ମୁଣ୍ଡରେ ଘାରିଛି ଲିଭ୍-ଇନ୍ ରିଲେସନ୍ ଚିନ୍ତା । ବିବାହ ପୂର୍ବରୁ ପ୍ରେମୀଙ୍କ ସହ ଏକାଠି ରହିବା ବର୍ତ୍ତମାନ ସମୟରେ ସାଧାରଣ କଥା ହୋଇଗଲାଣି । ଅନେକ ପ୍ରେମୀଯୁଗଳ ଏବେ ବିବାହ ପୂର୍ବରୁ ମଧ୍ୟ ଗୋଟିଏ ଛାତ ତଳେ ଏକାଠି ରହିବାକୁ ପସନ୍ଦ କରୁଛନ୍ତି । ତେବେ ଏହି ରିଲେସନ୍ କେବଳ ଏକ ସମ୍ପର୍କ ନୁହେଁ, ଏହାକୁ ଏକ ଭୟଙ୍କର ରୋଗ ବୋଲି କୁହାଯାଇଛି । ତେଣୁ ଲିଭ୍ ଇନ୍ ସମ୍ପର୍କ ବିରୋଧରେ ନୂଆ ଆଇନ୍ ତିଆରି କରିବା ପାଇଁ ମଧ୍ୟ ଦାବି ହୋଇଛି ।

ସୂଚନା ଅନୁସାରେ, ହରିୟାଣାର ମହେନ୍ଦ୍ରଗଡ଼ର ବିଜେପି ସାଂସଦ ଧର୍ମବୀର ସିଂହ ଏଭଳି ଏକ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ସାଂସଦରେ ଶୀତକାଳୀନ ବୈଠକ ଚାଲିଥିବା ବେଳେ ଲିଭ-ଇନ୍ ରିଲେସନକୁ ନେଇ ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି । ଏହି ସମ୍ପର୍କକୁ ଏକ ଭୟଙ୍କର ରୋଗ ବୋଲି କହିଛନ୍ତି ଧର୍ମବୀର । ତେଣୁ ଏହାକୁ ସମାଜରୁ ଶେଷ କରିବାକୁଏକ ବଡ଼ ପଦକ୍ଷେପ ନିଆଯିବା ଉଚିତ ବୋଲି ସେ ସାଂସଦରେ ପ୍ରସ୍ତାବ ଦେଇଛନ୍ତିି । ଲୋକସଭାରେ ଶୂନ୍ୟକାଳ ସମୟରେ ଏହି ପ୍ରସଙ୍ଗ ଉଠାଇ ପ୍ରେମ ସମ୍ପର୍କରେ ବିବାହ ବିଚ୍ଛେଦର ମାମଲା କମ୍ କରିବା ପାଇଁ ଲିଭ୍-ଇନ୍ ରିଲେସନସିପ୍ ପୂର୍ବରୁ ଯୁବକ-ଯୁବତୀଙ୍କ ମାତାପିତାଙ୍କ ସହମତି ବାଧ୍ୟତାମୂଳକ କରାଯିବା ଉଚିତ ।

ଭିବାନି-ମହେନ୍ଦ୍ରଗଢ ସାଂସଦ କହିଛନ୍ତି ଯେ, ମୁଁ ସରକାର ଏବଂ ସଂସଦକୁ ଦୃଷ୍ଟିରେ ରଖି ଏକ ଗମ୍ଭୀର ମାମଲା ଉପସ୍ଥାପନ କରିବାକୁ ଚାହୁଁଛି । ଭାରତୀୟ ସଂସ୍କୃତି ଭାଇଚାରା ପରମ୍ପରା ପାଇଁ ପ୍ରସିଦ୍ଧ । ଆମର ସାମାଜିକ ଚାଲିଚଳଣୀ ଅନ୍ୟ ଦେଶମାନଙ୍କ ଅପେକ୍ଷା ଖୁବ ଭିନ୍ନ । ସାରା ବିଶ୍ୱ ଆମର ବିବିଧତା ଏବଂ ଏକତା ପାଇଁ ଚର୍ଚ୍ଚା କରୁଛି । ତେଣୁ ଏଭଳି ସମ୍ପର୍କ ଯୁବପିଢୀଙ୍କ ଭବିଷ୍ୟତ ପାଇଁ ଏକ ଭୟଙ୍କର ରୋଗ କୁହାଯାଇପାରେ । ତେଣୁ ଏହା ବିରୋଧରେ ଏକ ଆଇନ୍ ଆସିବା ନିହାତି ଆବଶ୍ୟକ ।

Get real time updates directly on you device, subscribe now.