fbpx

‘ନାବାଳିକା ସହିତ ଲିଭ-ଇନ୍ ସମ୍ପର୍କ ଅବୈଧ’, କୋର୍ଟ କହିଲେ ଏପରି ସମ୍ପର୍କ ଆଇନ ଏବଂ ସମାଜ ବିରୋଧୀ ଅଟେ

ନୂଆଦିଲ୍ଲୀ:ଯଦି ଲିଭ-ଇନ୍ ସମ୍ପର୍କରେ ରହୁଥିବା ଜଣେ ନାବାଳକ ବା ନାବାଳିକା ହୋଇଥିବେ ତେବେ ସମ୍ପର୍କ ବୈଧ ବୋଲି ଧରାଯିବ ନାହିଁ କିମ୍ବା ଏହା ସୁରକ୍ଷା ଅଧୀନରେ ଆସିବ ନାହିଁ। ଏକ ମାମଲା ଶୁଣାଣି ବେଳେ ଆହ୍ଲାବାଦ ହାଇକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି ଏବଂ କହିଛନ୍ତି ଯେ, ଏହି ସମ୍ପର୍କ ଆଇନ ଏବଂ ସମାଜ ବିରୁଦ୍ଧ ଅଟେ। କୋର୍ଟ କହିଛନ୍ତି ଯେ, କେବଳ ବୟସ୍କମାନଙ୍କୁ ଲିଭ-ଇନ୍‌ରେ ରହିବାକୁ ଅନୁମତି ଦିଆଯାଇଛି।

ଜଷ୍ଟିସ ଭି.କେ ବିର୍ଲା ଏବଂ ଜଷ୍ଟିସ ରାଜେନ୍ଦ୍ରଙ୍କ ବେଞ୍ଚ ଏହି ମାମଲାର ଶୁଣାଣି କରୁଛନ୍ତି। ଏଫ୍ଆଇଆର୍ ରଦ୍ଧ କରିବାକୁ ଦାବି କରି ଏହି ଦମ୍ପତି କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ, ଏଫଆଇଆରରେ ଅପହରଣ ଅଭିଯୋଗ ଆସିଛି। ଅଦାଲତ କହିଛନ୍ତି ଯେ, ନାବାଳିକା ଦ୍ୱାରା ବୟସ୍କ ମହିଳାଙ୍କୁ ଅପହରଣ କରିବା ଅପରାଧ କି ନୁହେଁ, ତଦନ୍ତ ପରେ ହିଁ ନିଷ୍ପତ୍ତି ନିଆଯିବ।

କୋର୍ଟ କହିଛନ୍ତି ଯେ, ନାବାଳକ ବା ନାବାଳିକା ସହିତ ଲିଭ-ଇନ୍‌ରେ ରହିବା ଶିଶୁ ସୁରକ୍ଷା ଆଇନ ଅନୁଯାୟୀ ଅପରାଧ ଅଟେ। ଅଦାଲତ କହିଛନ୍ତି ଯେ, ଏହି ଦମ୍ପତିଙ୍କୁ କେବଳ ଲିଭ-ଇନ୍ ସଂପର୍କରେ ଥିବାରୁ ଅଶ୍ଵସ୍ତି ଦିଆଯାଇପାରିବ ନାହିଁ। ଆବେଦନକୁ ଖାରଜ କରି କୋର୍ଟ କହିଛନ୍ତି ଯେ, ଏହି ମାମଲା ଧାରା ୨୨୬ ଅନୁଯାୟୀ ହସ୍ତକ୍ଷେପ କରିବା ଅନୁଚିତ।

ଏହି ପରିପ୍ରେକ୍ଷୀରେ ଜଣେ ବୟସ୍କ ଏବଂ ନାବାଳିକା ଦମ୍ପତ୍ତି ଏକ ପିଟିସନ ଦାଖଲ କରିଛନ୍ତି। ଆବେଦନକାରୀ କହିଛନ୍ତି ଯେ, ତାଙ୍କୁ ୧୯ ବର୍ଷ ବୟସ ଏବଂ ସେ ନିଜ ଇଚ୍ଛାରେ ଲିଭ-ଇନରେ ରହୁଛନ୍ତି ଏବଂ ତାଙ୍କ ସହ ଆଗକୁ ରହିବାକୁ ମଧ୍ୟ ଚାହୁଁଛନ୍ତି। ଏହି ଆବେଦନକୁ ଖାରଜ କରି କୋର୍ଟ କହିଛନ୍ତି ଯେ, ଆବେଦନକାରୀଙ୍କ ମଧ୍ୟରୁ ଜଣେ ନାବାଳକକୁ ଯଦି କୋର୍ଟ ଲିଭ-ଇନରେ ରହିବାକୁ ଅନୁମତି ଦିଅନ୍ତି ତେବେ ଏହା ବେଆଇନ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବ। କୋର୍ଟ କହିଛନ୍ତି ଯେ, ଏହି ଦମ୍ପତିଙ୍କ ମଧ୍ୟରୁ ଜଣେ ନାବାଳକ, ଯାହାର ବୟସ ୧୮ ବର୍ଷରୁ କମ୍। ଏପରି ପରିସ୍ଥିତିରେ, ଏହି ସମ୍ପର୍କ ରଖିବା ଆଇନ ବିରୁଦ୍ଧ ଅଟେ ଏବଂ POCSO ଅଧିନିୟମ ଅନୁଯାୟୀ ଏହା ଏକ ଅପରାଧ।

Get real time updates directly on you device, subscribe now.