fbpx

ଜିଅନ୍ତା ନହେଲେ ମୃତ… ୨୪ ଘଣ୍ଟା ଭିତରେ ଶେଷ ହେବ ଭେଡ଼ିୟା ଆତଙ୍କ: ବହରାଇଚରେ ଶୁଟରଙ୍କ ଡେରା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରୁ ହଟିବ ଭେଡ଼ିୟା ଭୟ । ମଣିଷଖିଆ ଭେଡ଼ିୟାକୁ ଜବତ କରିବା ପାଇଁ ପ୍ରସ୍ତୁତି କରିସାରିଛି ବନ ବିଭାଗ । ଭେଡ଼ିୟା ଆତଙ୍କରେ ପ୍ରଭାବିତ ଅଞ୍ଚଳରେ ୫ଟି ବନ ବିଭାଗର ମୋଟ ୨୫ରୁ ଅଧିକ ଟିମ୍ ନିୟୋଜିତ ହୋଇଛନ୍ତି । ଏହିସବୁ ଅଞ୍ଚଳରେ ୬ଟି ଭେଡ଼ିୟା ଆତଙ୍କ ସୃଷ୍ଟି କରିଥିବା ଜାଣିବାକୁ ମିଳିଥିବା ବେଳେ ୪ଟି ଜବତ ହୋଇ ସାରିଛନ୍ତି । ବର୍ତ୍ତମାନ ବାକି ୨ଟି ଭେଡ଼ିୟାଙ୍କୁ ଧରିବା ପାଇଁ ପ୍ରସ୍ତୁତି ଜାରି ରହିଥିବା ବେଳେ ଏଠାରେ ୨ରୁ ଅଧିକ ଭେଡ଼ିୟା ଥିବା କହୁଛନ୍ତି ସ୍ଥାନୀୟ ଲୋକେ । ତେଣୁ ଏହକୁ ଧରିବା ସମୟରେ ଆବଶ୍ୟକ ହେଲେ, ସେମାନଙ୍କୁ ଗୁଳି କରିବା ପାଇଁ ମଧ୍ୟ ଆଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ମଣିଷଖିଆ ଭେଡ଼ିୟା ଆତଙ୍କରୁ ସ୍ଥାନୀୟ ଲୋକଙ୍କୁ ମୁକ୍ତି ଦେବା ପାଇଁ ବନ ବିଭାଗ ଫାଇନାଲ ପ୍ରସ୍ତୁତି କରିସାରିଛି । ବନ ବିଭାଗର ଅଧିକାରୀଙ୍କ ଅନୁସାରେ, ମଣିଷଖିଆ ଭେଡ଼ିୟାର ଆତଙ୍କରେ ପ୍ରଭାବିତ ଅଞ୍ଚଳରେ ଗୁଡ଼ିକରେ ଶୁଟରମାନଙ୍କୁ ନିୟୋଜିତ କରାଯାଇଛି । ଏହି ଟିମରେ ବନ ବିଭାଗର ୬ ଜଣ ଶୁଟର ଏବଂ ପୋଲିସ ବିଭାଗର ୨ ଜଣ ଶୁଟରଙ୍କୁ ସାମିଲ କରାଯାଇଛି । ପ୍ରଭାବିତ ଅଞ୍ଚଳକୁ ୩ଟି ବଡ଼ ଭାଗରେ ବିଭକ୍ତ କରିଛି ବନ ବିଭାଗ । ଏଥିରେ ଗୋଟିଏ ଗୋଟିଏ ସ୍ୱତନ୍ତ୍ର ଦଷ୍ନିର୍ମାଣ ହୋଇଛି ଏବଂ ଏଥିରେ ୩ ଜଣ ଲେକାଏଁ ଶୁଟର ରଖାଯାଇଛି । ଏହାବ୍ୟତୀତ ଗୋଟିଏ ଟିମ୍ ରିଜର୍ଭ ରଖାଯାଇଛି ।

ବହରାଇଚ ଜିଲ୍ଲାରେ ଭେଡ଼ିୟା ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ୧୦ ଜଣ ପ୍ରାଣ ହରାଇ ସାରିଛନ୍ତି । ତେବେ ଭେଡ଼ିୟା ଆକ୍ରମଣରେ ଅଧିକାଂଶ ଚୋଟ ପିଲା ଶିକାର ହୋଥିବା ଦେଖାଯାଉଛି । ତେଣୁ ଏଥିରୁ ମୁକ୍ତୁ ପାଇବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପର୍ଯ୍ୟାବରଣ ରାଜ୍ୟମନ୍ତ୍ରୀ ଅରୁଣ ସକ୍ସେନାଙ୍କ ସହ ଆଲୋଚନା କରିବା ପରେ ଯେକୌଣସି ପରିସ୍ଥିତିରେ ଭେଡ଼ିୟାକୁ ଜବତ କରିବା ପାଇଁ ଆଦେଶ ଦେଇଛନ୍ତି । ଏପରିକି ଆବଶ୍ୟକ ସ୍ଥଳେ ଭେଡ଼ିୟାକୁ ଗୁଳି ମାରିବା ପାଇଁ ମଧ୍ୟ କହିଛନ୍ତି ଯୋଗୀ ଆଦିତ୍ୟନାଥ ।

Get real time updates directly on you device, subscribe now.