fbpx

OSSSC ପକ୍ଷରୁ ଜରୁରୀ ସୂଚନା: ଲାଇଭଷ୍ଟକ ଇନ୍ସପେକ୍ଟର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ପଦ ପାଇଁ ଅନଲାଇନ୍ ଆବେଦନ ତାରିଖ ବୃଦ୍ଧି ଘୋଷଣା

ସରକାରୀ ଚାକିରି ଖୋଜୁଥିବା ରାଜ୍ୟର ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଗତ ଅକ୍ଟୋବର ମାସ ୨୦ ତାରିଖରେ ଓଡ଼ିଶା ସବ-ଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ (ଓଏସଏସଏସସି) ପକ୍ଷରୁ ୨୭୧୨ଟି ପଦ ପୂରଣ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପ୍ରାର୍ଥୀମାନେ ଅକ୍ଟୋବର ମାସ ୨୦ ତାରିଖରୁ ଅନଲାଇନ୍ ଆବେଦନ ଆରମ୍ଭ କରିଥିବା ବେଳେ ତାହା ନଭେମ୍ବର ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ସେହିପରି ନଭେମ୍ବର ମାସ ୨୫ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ଅନଲାଇନ୍ ଆପ୍ଲିକେସନ ସବମିସନ କରିବା ନେଇ ଦିନ ଧାର୍ଯ୍ୟ ହୋଇଥିଲା ।

ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଲାଇଭଷ୍ଟକ ଇନ୍ସପେକ୍ଟର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ପଦ ପାଇଁ ଆବେଦନ ତାରିଖ ବୃଦ୍ଧି ଘୋଷଣା କରାଯାଇଛି । ପ୍ରାର୍ଥୀମାନେ ଏବେ ନଭେମ୍ବର ୨୪ ତାରିଖରୁ ୨୭ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରିପାରିବେ । ସେହିପରି ନଭେମ୍ବର ୨୪ରୁ ୩୦ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ଅନଲାଇନ୍ ଆପ୍ଲିକେସନ ସବମିସନ୍ କରିପାରିବେ । ଏନେଇ ଓଏସଏସସି ପକ୍ଷରୁ ଏକ ନୋଟିସ୍ ଜାରି କରାଯାଇଛି ।

ପ୍ରାର୍ଥୀମାନେ ପ୍ରତ୍ୟେକ ଜିଲ୍ଲା / ସର୍କଲ / ଡିଭିଜନ / କାଟେଗୋରୀ ଅନୁସାରେ ଖାଲିଥିବା ପଦ ସଂଖ୍ୟା, ବେତନ ହାର, ବୟସ ଓ ଅନ୍ୟ ସର୍ତ୍ତାବଳୀ ବିଷୟରେ ଜାଣିବା ପାଇଁ ଅଫିସିଆଲ ୱେବସାଇଟ୍ ପରିଦର୍ଶନ କରିପାରିବେ । ପରୀକ୍ଷା ପରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଲାଇଭଷ୍ଟକ ଇନ୍ସପେକ୍ଟର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ଆଦି ପଦରେ ନିଯୁକ୍ତି ଦିଆଯିବ । ଖାଲି ଥିବା ପଦ ସଂଖ୍ୟାରେ ପରିବର୍ତ୍ତନ ହୋଇପାରେ । ପ୍ରତ୍ୟେକ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ରହିଛି । ଚଳିତ ବର୍ଷ ଜାନୁଆରୀ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୧ରୁ ୩୮ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ ।

ଆବେଦନ ତାରିଖ ବୃଦ୍ଧି ଲିଙ୍କ: https://www.osssc.gov.in/Docs/CRE-Extended-832.pdf

ନୋଟିଫିକେସନ ଲିଙ୍କ: https://www.osssc.gov.in/Docs/CRE-2023-Detail_adv-762.PDF

Get real time updates directly on you device, subscribe now.