fbpx

ଏହି ରାଜ୍ୟରେ ବଢ଼ିଲା ଲକଡାଉନ, ଜାଣନ୍ତୁ କେଉଁଠି

ମୁମ୍ବାଇ, ୩୦ା୧୨: ଦେଶରେ କରୋନାର ପ୍ରକୋପ କମିଆସୁଥିବା ବେଳେ ନୂଆ ବ୍ରିଟେନ ଷ୍ଟ୍ରେନ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ସାଜିଛି । ତେବେ ଏହି ନୂଆ ଷ୍ଟ୍ରେନର ପ୍ରସାରକୁ ରୋକିବା ପାଇଁ ମହାରାଷ୍ଟ୍ର ସରକାର ଆସନ୍ତା ୨୦୨୧ ମସିହା ଜାନୁଆରୀ ମାସ ୩୧ ତାରିଖ ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି କରିଥିବା ଜଣାପଡ଼ିଛି । ତେବେ ସରକାର ପାଣ୍ଡେମିକ ଆକ୍ଟ ୧୮୯୭ ଓ ବିପର୍ଯ୍ୟୟ ଆଇନ ୨୦୦୫ ଅନୁଯାୟୀ ଏପରି ପଦକ୍ଷେପ ନେଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ମୁମ୍ବାଇ ଏୟାରପୋର୍ଟରେ ୬୬୪ ଜଣ ଯାତ୍ରୀ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୬୧ ଜଣଙ୍କୁ ଅଲଗା ରଖାଯାଇଛି । ମ୍ୟୁନିସିପାଲିଟିର ଜଣେ ଅଧିକାରୀଙ୍କ କହିବା ଅନୁସାରେ, ଏଠାରେ ୯ଟି ଅନ୍ତର୍ଜାତୀୟ ବିମାନ ପହଞ୍ଚିଥିଲା । ୨୫୪ ଜଣ ଯାତ୍ରୀଙ୍କୁ ଅନ୍ୟ ରାଜ୍ୟକୁ ଯିବାକୁ ଅନୁମତି ଦିଆଯାଇଛି । ୟୁରୋପ ଓ ପଶ୍ଚିମ ଏସିଆରୁ ଆସୁଥିବା ଯାତ୍ରୀମାନଙ୍କୁ ଆନୁଷ୍ଠାନିକ କ୍ୱାରେଣ୍ଟାଇନରେ ରଖିବା ପାଇଁ ମ୍ୟୁନିସିପାଲିଟି ସଂସ୍ଥା ତରଫରୁ ନିଷ୍ପତ୍ତି ହୋଇଛି ।

Get real time updates directly on you device, subscribe now.