fbpx

“ଡେଲିଭରୀ ଲିମିଟେଡ” ଆଣିବ ଏତିକି କୋଟିର ଆଇପିଓ, ଇକ୍ୱିଟି ପିଛା ପ୍ରାଇସ ୪୬୨ରୁ ୪୮୭

ମୁମ୍ବାଇ: ଲଜିସ୍ଟିକ୍ ଏବଂ ଯୋଗାଣକାରୀ କମ୍ପାନୀ “ଡେଲିଭରୀ ଲିମିଟେଡ” ଏହାର ପ୍ରାରମ୍ଭିକ ସର୍ବସାଧାରଣ ଅଫର(ଆଇପିଓ) ଲଞ୍ଚ କରିବାକୁ ଯାଉଛି । କମ୍ପାନୀ ଗୁରୁବାର ଏହାର ଇକ୍ୱିଟି ପିଛା ପ୍ରାଇସ ବ୍ୟାଣ୍ଡ ୪୬୨ରୁ ଆରମ୍ଭ କରି ୪୮୭ ପର୍ଯ୍ୟନ୍ତ ସ୍ଥିର କରିଛି । ଏହାର ବଜାର କାରବାର ମେ ୧୧ରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି । ଏହି ଆଇପିଓରେ ନିବେଶ କରିବା ଲାଗି ଗ୍ରାହକଙ୍କୁ ସର୍ବନିମ୍ନ ୩୦ଟି ଇକ୍ୱିଟି କ୍ରୟ କରିବାକୁ ପଡ଼ିବ ।

କମ୍ପାନୀ ୫ ହଜାର ୨୩୫ କୋଟି ଆଇପିଓ ଜରିଆରେ ବଜାରରୁ ଉଠାଇବାକୁ ଲକ୍ଷ୍ୟ ରଖିଛି, ଯାହା ପୁର୍ବରୁ ୭,୪୬୦ ବୋଲି ସୂଚନା ମିଳିଥିଲା । ଆଇପିଓ ବିକ୍ରୟ ପରେ ମେ ୨୪ ତାରିଖରେ କମ୍ପାନୀ ସେୟାର ବଜାରରେ ଲିଷ୍ଟ ହେବ ।

୨୦୨୧ ସୁଦ୍ଧା କମ୍ପାନୀ ଭାରତର ସର୍ବବୃହତ ତଥା ଦ୍ରୁତତମ ବୃଦ୍ଧି ପାଉଥିବା ଇଣ୍ଟିଗ୍ରେଟେଡ୍ ଲଜିଷ୍ଟିକ୍ କମ୍ପାନୀ ବୋଲି ଦାବି କରିଥିଲା । ୨୦୨୧ ସୁଦ୍ଧା କମ୍ପାନୀର ବାର୍ଷିକ ଆୟ ୩,୬୪୬ କୋଟି ଥିବାବେଳେ ଏହା ଭାରତର ୧୭ ହଜାର ୪୮୮ ପିନ୍ କୋଡରେ ସେବା ପ୍ରଦାନ କରିଥାଏ ଏବଂ ବର୍ତ୍ତମାନ କମ୍ପାନୀର ୨୩ ହଜାର ୧୧୩ ସକ୍ରିୟ ଗ୍ରାହକ ଥିବା ସୂଚାନ ଦେଇଛି କମ୍ପାନୀ ।

Get real time updates directly on you device, subscribe now.