fbpx

ଖୁବଶିଘ୍ର ବିବାହ କରିବେ ରାହୁଲ ଗାନ୍ଧୀ, ରାୟବରେଲୀ ସଭା ମଝିରେ ଘୋଷଣା କଲେ

ନୂଆଦିଲ୍ଲୀ: ରାୟବରେଲୀ ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରାୟବରେଲୀରେ ପହଞ୍ଚିଛନ୍ତି । ଏହି ସମୟରେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାୟବରେଲୀରେ ରାଲି କରିଛନ୍ତି । ତାଙ୍କ ସହ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଉପସ୍ଥିତ ଥିଲେ । ଏହି ସମୟରେ ସଭାରେ ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ପ୍ରଶ୍ନ ପଚରାଯାଇଥିଲା । ଯେଉଁଥିରେ ସେ କହିଛନ୍ତି ସେ କେବେ ବିବାହ କରିବେ ।

ରାଲି ସମୟରେ ଜଣେ ଶିଶୁ ରାହୁଲ ଗାନ୍ଧୀଙ୍କୁ ତାଙ୍କ ବିବାହକୁ ନେଇ ପ୍ରଶ୍ନ କରିଛନ୍ତି । ଏହି ପ୍ରଶ୍ନର ଉତ୍ତର ଦେଇ ରାହୁଲ ଗାନ୍ଧୀ କହିଛନ୍ତି ଯେ, ‘ଏବେ ଲାଗୁଛି ଖୁବ ଶିଘ୍ର କରିବାକୁ ପଡିବ’ । ଅନ୍ୟ ପକ୍ଷରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ରାୟବରେଲୀରେ ଘରେ ଘରେ ନିର୍ବାଚନ ପ୍ରଚାର କରିବେ । ଏହି ସମୟରେ ସେ ଘରେ ଘରେ ଯାଇ ଲୋକଙ୍କୁ ଭେଟୁଛନ୍ତି ।

କଂଗ୍ରେସ ନେତା ଏବଂ ରାୟବରେଲୀ ଲୋକସଭା ଆସନର ପ୍ରାର୍ଥୀ ରାହୁଲ ଗାନ୍ଧୀ ଜନସଭାକୁ ସମ୍ବୋନ୍ଧନ କରି କହିଛନ୍ତି ଯେ, କୌଣସିି ଏକ କାରଣରୁ ସେ ରାୟବରେଲୀରେ ନିର୍ବାଚନ ଲଢିବା ଲାଗି ଆସିଛନ୍ତି । ସେ କହିଛନ୍ତି, କିଛିଦିନ ପୂର୍ବରୁ ମୁଁ ମାଆଙ୍କ ସହ ବସି ଥିଲି । ମୁଁ ମାଆଙ୍କୁ କହିଲି ଯେ, ଏକ-ଦୁଇ ବର୍ଷ ପୂର୍ବରୁ ମୁଁ ଏକ ଭିଡିଓରେ କହିଦେଇଥିଲି ଯେ, ମୋର ଦୁଇଟି ମାଆ ଥିଲେ, ଜଣେ ସୋନିଆ ଗାନ୍ଧୀ ଏବଂ ଅନ୍ୟ ଜଣେ ଇନ୍ଦିରା ଗାନ୍ଧୀ । ମୋର ଦୁଇଟି ମାଆ ଏହି କର୍ମ ଭୂମି ଅଟନ୍ତି, ସେଥିପାଇଁ ମୁଁ ଏଠାକୁ ରାୟବରେଲୀରୁ ନିର୍ବାଚନ ଲଢିବା ପାଇଁ ଆସିଛି ।

Get real time updates directly on you device, subscribe now.