fbpx

ରହସ୍ୟମୟ ଭାବେ ଅଚାନକ୍ ଲାଲ୍ ହୋଇଗଲା ହ୍ରଦର ଜଳ, ବୈଜ୍ଞାନିକ ବି ଆଶ୍ଚର୍ଯ୍ୟ

କରୋନା ସଙ୍କଟ ସମୟରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମନାକୁ ଆସିଛି । ମହାରାଷ୍ଟ୍ରର ବୁଲଢାନା ଜିଲ୍ଲାରେ ଥିବା ପ୍ରସିଦ୍ଧ ହ୍ରଦର ପାଣି ଅଚାନକ୍ ଲାଲ୍ ରଙ୍ଗରେ ପରିଣତ ହୋଇଛି । ପ୍ରଥମଥର ପାଣିର ଏପରି ପରିବର୍ତ୍ତନକୁ ଦେଖି ବୈଜ୍ଞାନିକମାନେ ବି ଆଶ୍ଚର୍ଯ୍ୟ ହୋଇଛନ୍ତି ।

ତେବେ ଆପଣ କେବେ କ୍ରାଟ ହ୍ରଦ ବିଷୟରେ ଶୁଣିଛନ୍ତି କି? ଏବେ ଆପଣ ଭାବୁଥିବେ କି କ୍ରାଟ କ’ଣ? ତେବେ କ୍ରାଟର ଅର୍ଥ ହେଉଛି ଆକାଶୀୟ ପିଣ୍ଡ ଦ୍ୱାରା ଭୂମିରେ ହୋଇଥିବା ବଡ ଛିଦ୍ର । ଲୋନର କ୍ରାଟ ହ୍ରଦ ଯାହା କି ଆକାଶୀୟ ଉଲକା ପିଣ୍ଡର ଧକ୍କାରେ ନିର୍ମିତ ହୋଇଥିବା ପ୍ରଥମ ହ୍ରଦ ।

ଏହି ପିଣ୍ଡରେ ଥିବା ଲୁଣିଆ ପାଣି ପ୍ରମାଣ କରୁଛି କି , ସେଠାରେ ଏକଦା ସମୁଦ୍ର ଥିଲା । ବର୍ତ୍ତମାନ ସମୟରେ ହ୍ରଦର ଜଳ ଅଚାନକ୍ କାହିଁକି ଓ କିପରି ଲାଲ୍ ହୋଇଗଲା ବୋଲି ବୈଜ୍ଞାନିକମାନେ ଅନୁସନ୍ଧାନ କରୁଛନ୍ତି । ଏହା ସହ ଲୋନରେ ଯେଉଁ ଟକ୍କା ହୋଇଥିଲା ତାହା କେବଳ ଉଲକା ପିଣ୍ଡ ଓ ପୃଥିବୀ ସହ ହୋଇଥିଲା ନା ଅନ୍ୟ କୌଣସି ଗ୍ରହ ପୃଥିବୀ ସହ ଧକ୍କା ହୋଇଥିବା ବୋଲି ଆଜି ବି ବୈଜ୍ଞାନିକମାନେ ଅନୁସନ୍ଧାନ ଜାରି ରଖିଛନ୍ତି ।

୫୦୦ମିଟର ଗଭୀର ହ୍ରଦ

ତେବେ ମହାରାଷ୍ଟ୍ରରେ ଥିବା ଏହି ହ୍ରଦର ବ୍ୟାସ ୧.୮ କିଲୋମିଟର ଥିବା ବେଳେ ଏହାର ଗଭୀରତା ୫୦୦ ମିଟର ରହିଛି । କିନ୍ତୁ ଅଧିକାରୀଙ୍କ ଦ୍ୱାରା ଏହା ନିଶ୍ଚିତ କରାଯାଇନାହିଁ । ୨୦୦୬ ମସିହାରେ ଏହି ହ୍ରଦ ଚାରିପାଖରେ କିଛି ଅଦ୍ଭୁଦ ଘଟଣା ଦେଖିବାକୁ ମିଳିଥିଲା । ହ୍ରଦର ଜଳ ହଠାତ୍ ବାଷ୍ପୀଭୂତ ହେବାରେ ଲାଗିଲା । ଏହା କି ଦାବି କରାଯାଇଛି ଯେ, ହ୍ରଦର ଜଳ ବାଷ୍ପୀଭୂତ ସମୟରେ କିଛି ଗ୍ରାମବାସୀ ସେଥିରେ ଅନେକ ପ୍ରକାରର ଖଣିଜ ପଦାର୍ଥ ଓ ବୃହତ୍ ଉଜ୍ଜ୍ୱଳ ସ୍ଫଟିକ ଦେଖିଥିଲେ । କିନ୍ତୁ ହ୍ରଦର ଜଳ ପରିବର୍ତ୍ତନ ହେବାର କାରଣ ବର୍ତ୍ତମାନ ସୁଦ୍ଧା ରହସ୍ୟ ହୋଇରହିଛି ।

Get real time updates directly on you device, subscribe now.