ପେଟ୍ରୋଲ ପମ୍ପରେ ଯାତ୍ରା! କାଲିକି ମିଳିବନି ପେଟ୍ରୋଲ, ଆଜିଠାରୁ ଗାଡ଼ି ଟାଙ୍କି ଭରି କରିଦେଉଛନ୍ତି ଲୋକେ

ଭୁବନେଶ୍ୱର: କାଲି ବନ୍ଦ ରହିବ ପେଟ୍ରୋଲ ପମ୍ପ । ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଡର ଦେଖିବାକୁ ମିଳିଛି ।

ପେଟ୍ରୋଲ ପମ୍ପ ବନ୍ଦ ନେଇ ଖବର ପ୍ରକାଶ ପାଇବା ପରେ ଭୁବନେଶ୍ୱର ଓ କଟକରେ ଥିବା ସମସ୍ତ ପେଟ୍ରୋଲ ପମ୍ପରେ ଯାତ୍ରା ପରି ଲୋକ ଜମା ହୋଇଛନ୍ତି ।

ରାସ୍ତା ପର୍ଯ୍ୟନ୍ତ ଲୋକ ଲାଇନରେ ଛିଡା ହୋଇ ଗାଡ଼ିରେ ପେଟ୍ରୋଲ ପକାଉଥିବା ଦେଖିବାକୁ ମିଳିଛି ।

କାଲି କଂଗ୍ରେସ ପକ୍ଷରୁ ରାଜ୍ୟ ବ୍ୟାପୀ ବନ୍ଦ ଡାକରା ଦିଆଯାଇଥିବାବେଳେ ପେଟ୍ରୋଲ ପମ୍ପ ମାଲିିକ ସଂଘ ପକ୍ଷରୁ ମଧ୍ୟ ସମସ୍ତ ପେଟ୍ରୋଲ ପମ୍ପ ବନ୍ଦ ରହିବା ନିଷ୍ପତ୍ତି ନିଆଯାଇଛି ।

ଏ ନେଇ ଖବର ପ୍ରକାଶ ହେବା ପରେ ଲୋକ ଭୟଭୀତ ହେବା ସହ ଗାଡ଼ି ଟାଙ୍କି ଫୁଲ କରିବାରେ ଲାଗିଛନ୍ତି ଗାଡ଼ି ଚାଳକ । ଯେଉଁକାରଣରୁ ପେଟ୍ରୋଲ ପମ୍ପରେ ଲୋକଙ୍କ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଛି ।