Chandra Grahan: ଲାଲ ହୋଇଯିବ ଚନ୍ଦ୍ର, ସବୁଠାରୁ ଲମ୍ବା ସମୟ ପାଇଁ ଗାଏବ ହେବ ଜହ୍ନ, ଏହି ଜାଗାରେ ଦେଖିପାରିବେ ପୂର୍ଣ୍ଣଗ୍ରାସ

ଭାରତରେ କେଉଁଠାରେ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ?

ଓଡ଼ିଶାଭାସ୍କର: ୨୦୨୫ର ଦ୍ୱିତୀୟ ଚନ୍ଦ୍ରଗ୍ରହଣ ୭ ସେପ୍ଟେମ୍ବରରେ ପଡ଼ୁଛି। ଯାହା ରବିବାର ଦିନ ଲାଗିବ। ଏହା ଏକ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ। ଭାଦ୍ରବ ମାସ ଶୁକ୍ଲପକ୍ଷ ପୂର୍ଣ୍ଣିମା ଦିନ ଏହି ଚନ୍ଦ୍ରଗ୍ରହଣ ଲାଗିବ। ଏହି ଚନ୍ଦ୍ରଗ୍ରହଣ ପାଇଁ ଚନ୍ଦ୍ରମା ପୃଥିବୀର ଛାଇରେ ସଂପୂର୍ଣ୍ଣ ଭାବେ ଲୁଚିଯିବ।

ଏହି ସମୟରେ ସୂର୍ଯ୍ୟଙ୍କ କିରଣ ପୃଥିବୀରେ ମାଡ଼ ହୋଇ ଚନ୍ଦ୍ରରେ ପଡ଼ିବ। ଯାହା ଚନ୍ଦ୍ରର ସେହି ଅଂଶ ଚମକିବ। ଯାହା ପାଇଁ ଚନ୍ଦ୍ର ଲାଲ ରଙ୍ଗ ଦେଖାଯିବେ। ଯାହାକୁ ବ୍ଲଡ ମୁନ କୁହାଯାଏ।

ଭାରତରେ ଗ୍ରହଣର ସମୟ

ଭାରତରେ ୨୦୨୫ରେ ଲାଗିବାକୁ ଥିବା ପୂର୍ଣ୍ଣ ଚନ୍ଦ୍ରଗହଣ ନଜର ଆସିବ। ନୂଆଦିଲ୍ଲୀ ସମୟ ଅନୁସାରେ ଚନ୍ଦ୍ର ଗ୍ରହଣର ଆରମ୍ଭ ୯ଟା ୫୮ ମିନିଟରୁ ହେବ। ଯାହା ୭ରୁ ୮ ସେପ୍ଟେମ୍ବର ରାତି ୧ଟା ୨୬ ମିନିଟରେ ଶେଷ ହେବ।

ଭାରତରେ ଲାଗିବାକୁ ଥିବା ଚନ୍ଦ୍ର ଗ୍ରହଣ ପୁରା ସମୟର ଅବଧି ୩ ଘଣ୍ଟା ୨୮ ମିନିଟ୍ ଏବଂ ୨ ସେକେଣ୍ଡ ରହିବ।

ଆଂଶିକ ଗ୍ରାସ ଗ୍ରହଣ ଆରମ୍ଭ ରାତି ୮ଟା ୫୯ ମିନିଟ୍‌ରେ ରହିବ

ଆଶିଂକ ଗ୍ରାସ ଶେଷ ରାତି ୯ଟା ୫୮ ମିନିଟରେ ରହିବ

ପୂର୍ଣ୍ଣଗ୍ରାସ ରାତି ୧୧ଟା ୦୧ରୁ ଆରମ୍ଭ ହୋଇ ରାତି ୧୧ଟା ୪୨ ମିନିଟ୍ ପୂର୍ଣ୍ଣ ଗ୍ରାସ ରହିବ।

୧୨ଟା ୪୨ ମିନିଟରେ ପୂର୍ଣ୍ଣ ଗ୍ରାସ ଶେଷ ହେବ।

ଗହଣର ଶେଷ ସ୍ପର୍ଶ ୧ଟା ୨୬ ମିନିଟରେ ସମାପ୍ତ ହେବ

୭ ସେପ୍ଟେମ୍ବରରେ ହେବାକୁ ଥିବା ଏହି ଚନ୍ଦ୍ରଗ୍ରହଣ ଏସିଆ, ପୂର୍ବ ଆଫ୍ରିକା, ଅଷ୍ଟ୍ରେଲିଆ ଏବଂ ୟୁରୋପର ଅଧିକାଂଶ ସ୍ଥାନରୁ ଦେଖାଯାଇପାରିବ।

ଏହା ସହିତ, ସିଙ୍ଗାପୁର, ସିଡନୀ, ମେଲବୋର୍ଣ୍ଣ, ଦୁବାଇ, ଲଣ୍ଡନ, ଟୋକିଓ ଏବଂ କେପ୍ ଟାଉନ୍ ହେଉଛି କିଛି ଲୋକପ୍ରିୟ ସହର ଯେଉଁଠାରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ।

ଏହି ଚନ୍ଦ୍ରଗ୍ରହଣ ଉତ୍ତର ଆମେରିକା ଏବଂ ଦକ୍ଷିଣ ଆମେରିକାର ଅଧିକାଂଶ ସ୍ଥାନରୁ ଦୃଶ୍ୟମାନ ହେବ ନାହିଁ।

ଭାରତରେ କେଉଁଠାରେ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ?
ଚନ୍ଦ୍ରଗ୍ରହଣ ନୂଆଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଅହମ୍ମଦାବାଦ, ଜୟପୁର, ଲକ୍ଷ୍ନୌରେ ଦୃଶ୍ୟମାନ ହେବ।