fbpx

କେବିସି ନାଁରେ ଝାରସୁଗୁଡାରୁ ଲକ୍ଷାଧିକ ଟଙ୍କା ଲୁଟ୍

ଝାରସୁଗୁଡା,୨ା୩(ଓଡିଶା ଭାସ୍କର) : ଦିନକୁ ଦିନ ସାଇବର ଠକେଇ ବଢିଚାଲିଛି । ଏହାରି ମଧ୍ୟରେ ଝାରସୁଗୁଡାରୁ ୧ ଳକ୍ଷ ୬୯ ହଜାର ଟଙ୍କାର ସାଇବର ଠକେଇ ହୋଇଛି । କେବିସି ନାଁରେ ଯୁବତୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ । ଗାନ୍ଧୀନଗର ଅଞ୍ଚଳରେ ଜଣେ ଯୁବତୀ ସାଇବର ଠକେଇର ଶିକାର ହୋଇଥିବା ଜଣାପଡିଛି । ବେଲପାହାଡ ଥାନାରେ ଠକେଇ ନେଇ ଯୁବତୀ ଜଣକ ଅଭିଯୋଗ କରିଛନ୍ତି । କେବିସିରେ ଲଟେରି ଲାଗିଥିବା କହି ସାଇବର ଠକମାନେ ଯୁବତୀଙ୍କଠାରୁ ଟଙ୍କା ଲୁଟିଛନ୍ତି । ଫଳରେ ଆଈ ରଖିଥିବା ଫିକ୍ସ ଡିପୋଜିଟ ଟଙ୍କା ଦେଇଥିବା ଯୁବତୀ କହିଛନ୍ତି । ଯୁବତୀଙ୍କଠାରୁ ୬ ଥରରେ ଲକ୍ଷାଧିକ ଟଙ୍କା ଲୁଟିଥିଲେ ସାଇବର ଠକ ।

Get real time updates directly on you device, subscribe now.