fbpx

ଲାଇଭ ଟେଲିକାଷ୍ଟ ବେଳେ ସାମ୍ବାଦିକଠାରୁ ଲୁଟ୍

ଲାଇଭ ଟେଲିକାଷ୍ଟ କରୁଥିବା ବେଳେ ଜଣେ ସାମ୍ବାଦିକଠାରୁ ଲୁଟ୍ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ବନ୍ଧୁକ ମୁନରେ ଦୁର୍ବୃତ୍ତ ତାଙ୍କଠାରୁ ଲୁଟି ନେଇଛନ୍ତି । ଘଟଣା ଘଟିଛି ଦକ୍ଷିଣ ଆମେରିକାର ଏକ ରାଜ୍ୟ ଏକ୍ୟୁଏଡୋରରେ । ସୋସିଆଲ ମିଡିଆରେ ଏହି ଭିଡିଓ ବେଶ ଭାଇରାଲ ହୋଇଛି ।

ତେବେ ଫେବ୍ରୁଆରୀ ୧୨ ତାରିଖ ଦିନ ଫୁଟବଲ ଷ୍ଟାଡିୟମ ବାହାରେ ରିପୋର୍ଟର ଜଣକ ରିପୋର୍ଟିଂ କରୁଥିଲେ । ସାମ୍ନାରେ କ୍ୟାମେରା ମ୍ୟାନ ରେକର୍ଡିଂ କରୁଥିଲେ । ଏହି ସମୟରେ ଟୋପି ଓ ମାସ୍କ ପିନ୍ଧିଥିବା ଜଣେ ବ୍ୟକ୍ତି ଆସିଥିଲା । ହଠାତ୍ ବନ୍ଧୁକ ଦେଖାଇ ରିପୋର୍ଟରଙ୍କୁ ଭୟଭୀତ କରାଇଥିଲା ଓ ପରେ ତାଙ୍କଠାରୁ ଲୁଟପାଟ କରିଥିଲା । ରିପୋର୍ଟର ଏବଂ ତାଙ୍କ ଟିମଠାରୁ ଲୁଟପାଟ କରି ଦୁର୍ବୃତ୍ତ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲା । କିଛି ବାଟ ଯିବା ପରେ ଲୁଟେରା ଜଣକ ତାଙ୍କର ଜଣେ ସହଯୋଗୀଙ୍କ ବାଇକରେ ବସି ଫେରାର ହୋଇଯିବାରେ ସଫଳ ହୋଇଥିଲେ । ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.