fbpx

ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ରତ୍ନ ପଲଙ୍କ ମରାମତି ସହ ରୁପା ଛାଉଣୀ ହେବ ସିଂହଦ୍ୱାର

Advertisement

ଭୁବନେଶ୍ୱର:ମରାମତି ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନ ପଲଙ୍କ । ଗୁରୁତ୍ୱପୂର୍ଣ୍ଣ ମିଟିଂ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି ସୂଚନା ଦେଇଛନ୍ତି । ଏହା ସହିତ ସିଂହଦ୍ୱାର ରୂପା ଛାଊଣୀ କରିବାକୁ ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯାଇଛି । କେତେ ରୂପା ଲାଗିବ ପ୍ରଶାସନ ଜଣାଇବା ପରେ ଦାତା ଏହା ପ୍ରଦାନ କରିବେ । ଉଭୟ କାର୍ଯ୍ୟ ରଥଯାତ୍ରା ଅବଧି ମଧ୍ୟରେ ସାରିବାକୁ ନିଷ୍ପତ୍ତି ନିଆଯାଇଛି । ମୁମ୍ବାଇର ଜଣେ ଦାତା ଏହି ରୂପା ପ୍ରଦାନ କରୁଛନ୍ତି । ରଥଯାତ୍ରା ସମୟରେ ଓ ବାହୁଡା ଯାତ୍ରା ଭିତରେ ଏହି କାର୍ଯ୍ୟ ଶେଷ ହେବ । ଯେଉଁଭଳି ମଡେଲ୍‌ରେ ଏହା ପୂର୍ବରୁ ନିର୍ମାଣ କରାଯାଇଛି ସେହି ମଡେଲ୍‌ରେ ନିର୍ମାଣ କରାଯିବ । ଏହା ସହିତ ଗର୍ଭଗୃହର ମଧ୍ୟ ମରାମତି କରାଯିବ । ଏହା ମଧ୍ୟରେ ଭେଣ୍ଟିଲେସନ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ।

ଏହି ନିର୍ମାଣ ସମୟରେ ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଦେଇ ପ୍ରବେଶ କରିପାରିବେ ନାହିଁ । ଉତ୍ତର ଦ୍ୱାର ଦେଇ ପାଶ୍ୱର୍ ଦେବାଦେବୀଙ୍କୁ ଦର୍ଶନ କରିବେ । ପୋଲିସ ଓ ପ୍ରଶାସନ ପକ୍ଷରୁ ଏହି ସମୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ପୂର୍ବରୁ ଭୋଗ ମଣ୍ଡପର ରୂପା ଛାଉଣୀ ଶେଷ ହୋଇଛି । ନୃସିଂହ ମନ୍ଦିର , ମହାଲକ୍ଷ୍ମୀ ମନ୍ଦିର ଛାଉଣୀ କାର୍ଯ୍ୟ ଶେଷ ହୋଇଛି । ଏହା ସହିତ ମହାପ୍ରଭୁଙ୍କ ହାତୀ ଦାନ୍ତ ପଲଙ୍କର ମଧ୍ୟ ମରାମତି କରାଯିବ । ଏଠାରେ ସୂଚାଇ ଦିଆଯାଇପାରେ ଯେ ଦିନ ଠାରୁ ରାତି ପର୍ଯ୍ୟନ୍ତ ମହାପ୍ରଭୁ ମାନବୀୟ ଲୀଳା କରିଥାନ୍ତି । ସକାଳୁ ମହାପ୍ରଭୁ ଉଠିବା ପରେ ବିଭିନ୍ନ ନୀତି ହୋଇଥାଏ । ବଡ ସିଂହାର ବେଶ ପରେ ବଡ ସିଂହାର ଭୋଗ ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁ ଶୟନ କରିଥାନ୍ତି ହାତୀ ଦାନ୍ତ ପଲଙ୍କରେ । ରାତ୍ର ସମୟରେ ନିର୍ଦ୍ଧଷ୍ଟ ସେବାୟତ ମହାପ୍ରଭୁଙ୍କ ସେବା କରିଥାନ୍ତି । ମହାପ୍ରଭୁ ଚାଦରରେ ଚାଲି ଚାଲି ପଲଙ୍କ ପର୍ଯ୍ୟନ୍ତ ଆସିଥାନ୍ତି । ଏହି ହାତୀ ଦାନ୍ତ ପଲଙ୍କର ମରାମତି ଲାଗି ପରିଚାଳନା କମିଟିରେ ଗୁରୁତ୍ୱ ଦିଆଯାଇଥିଲା ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ କହିଛନ୍ତି ସଂହଦ୍ୱାରକୁ ରୂପା ଛାଉଣୀ କାର୍ଯ୍ୟ ରଥଯାତ୍ରା ସମୟରେ ସଂପନ୍ନ କରିବାକୁ ନିଷ୍ପତ୍ତି ନିଆଯାଇଛି । ପରମ୍ପରାକୁ ଭିତ୍ତି କରି ଏହି କାର୍ଯ୍ୟ ସଂପନ୍ନ କରାଯିବ । ସମସ୍ତଙ୍କୁ ନେଇ ସମନ୍ୱିତ ଭାବରେ ଏହି କାର୍ଯ୍ୟ ସଂପନ୍ନ୍ ହେବ ।

 

Get real time updates directly on you device, subscribe now.