fbpx

‘ପ୍ରତିଦିନ ସ୍ୱପ୍ନରେ ଆସୁଛନ୍ତି ଭଗବାନ ଶ୍ରୀକୃଷ୍ଣ, କହୁଛନ୍ତି ଦଳ ଗଢ଼ିବ ସପା’: ଅଖିଳେଶ ଯାଦବ

ଉତ୍ତରପ୍ରଦେଶ: ସମାଜବାଦୀ ପାର୍ଟୀ ମୁଖ୍ୟ ଅଖିଳେଶ ଯାଦବ ସୋମବାର କହିଛନ୍ତି ଯେ ଭଗବାନ କୃଷ୍ଣ ସବୁଦିନ ତାଙ୍କ ସ୍ୱପ୍ନ ଆସୁଛନ୍ତି ଏବଂ ତାଙ୍କୁ କହୁଛନ୍ତି ଯେ ସପା ସରକାର ଗଢ଼ିବ । ଅଖିଳେଶ ଦାବି କରିଛନ୍ତି ଯେ ଏମିତି କୌଣସି ଦିନ ନାହିଁ ଯେଉଁଦିନ ଯେଉଁଦିନ କୃଷ୍ଣ ଭଗବାନ ତାଙ୍କ ସ୍ୱପ୍ନରେ ଆସିନାହାଁନ୍ତି ।

ସେ କହିଛନ୍ତି ଯେ ସବୁଦିନ ରାତିରେ କୃଷ୍ଣ ଭଗବାନ ତାଙ୍କ ସ୍ୱପ୍ନରେ ଆସୁଛନ୍ତି ଏବଂ ତାଙ୍କ ଦଳ ବିଜୟୀ ହେବ ଏବଂ ସରକାର ଗଢ଼ିବ ବୋଲି କହୁଛନ୍ତି । ସେ କହିଛନ୍ତି ଏମିତି କୌଣସି ଦିନ ନାହିଁ ଯେତେବେଳେ ଭଗବାନ ସ୍ୱପ୍ନରେ ଆସି ଏକଥା କହୁନାହାଁନ୍ତି । ସେ ଆହୁରି କହିଛନ୍ତି ବିଜେପିର ଚିଠିରେ ଲେଖାଅଛି କିନ୍ତୁ ଆମର ତ ସ୍ୱପ୍ନରେ ଆସୁଛନ୍ତି ଭଗବାନ ।

ବିପେଜପି ସାଂସଦଙ୍କ ତରଫରୁ ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଲେଖାଯାଇଥିବା ଏକ ପତ୍ରକୁ ନେଇ ଏମିତି କହିଛନ୍ତି ଅଖିଳେଶ । ଉତ୍ତରପ୍ରଦେଶର ରାଜ୍ୟସଭା ସାଂସଦ ହରନାଥ ସିଂହ ଯାଦବ ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଅପିଲ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଥୁରାରୁ ନିର୍ବାଚନ ଲଢ଼ନ୍ତୁ । ସେ ଆହୁରି ଲେଖିଥିଲେ ଯେ ଭଗବାନ କୃଷ୍ଣ ହିଁ ତାଙ୍କୁ ଚିଠି ଲେଖିବା ପାଇଁ ପ୍ରେରିତ କରିଛନ୍ତି । ଅଖିଳେଶ ଯାଦବ ଏହାକୁ ନେଇ ପ୍ରଶ୍ନ କରାଯାଇଥିଲା । ଆଉ ଏଭଳି କହିଥିଲେ ଅଖିଳେଶ । ତେବେ ନିର୍ବାଚନ ଲଢ଼ିବାକୁ ନେଇ ପ୍ରଶ୍ନରେ ଅଖିଳେଶ କହିଛନ୍ତି ଯେ ଦଳ ଯେଉଁଠାରୁ ତାଙ୍କୁ ନିର୍ବାଚନ ଲଢ଼ିବାକୁ କହିବ ସେ ସେଠାରୁ ଲଢ଼ିବାକୁ ପ୍ରସ୍ତୁତ ।

Get real time updates directly on you device, subscribe now.