fbpx

ବାଲେଶ୍ବର-ଭଦ୍ରକରେ ପୁଣି ଶୁଭିଲା ପ୍ରଚଣ୍ଡ ଶବ୍ଦ; ଥରି ଉଠିଲା ଆଖପାଖ ଅଞ୍ଚଳ, ଲୋକେ ଛାନିଆ

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ଗତକାଲି ଭଳି ଆଜି ବି ବାଲେଶ୍ବରର ନିଳଗିରି ଓ ଭଦ୍ରକର ବାସୁଦେବପୁର ଅଞ୍ଚଳରେ ଶୁଭିଲା ପ୍ରଚଣ୍ଡ ଶବ୍ଦ । ପ୍ରଚଣ୍ଡ ଶବ୍ଦ ପରେ ଥରିଗଲା ଆଖପାଖ ଅଞ୍ଚଳ । ଦୁଇଥର ଏହି ପ୍ରଚଣ୍ଡ ଶବ୍ଦ ଶୁଭିଥିବା ସୂଚନା । ଏଭଳି ଶବ୍ଦ ଶୁଣି ଭୟଭୀତ ସ୍ଥାନୀୟ ଲୋକେ । ତେବେ ପାଖରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ଥିବାରୁ, ଗୋଳାବାରୁଦ ପରୀକ୍ଷଣ ହେଉଥିବା ଅନୁମାନ କରାଯାଉଥିଲା ।

କିନ୍ତୁ ଗତକାଲି ବଜ୍ରପାତ କାରଣରୁ ଏପରି ଶବ୍ଦ ହୋଇଥିବା ସୂଚନା ମିଳିଥିଲା । କହିବାକୁ ଗଲେ ଏହିପରେ ପ୍ରଚଣ୍ଡ ଓ ଭୟଙ୍କର ଶବ୍ଦ ଆଗରୁ କେହି ଶୁଣି ନଥିଲେ । ବଜ୍ରପାତ ପାଇଁ ଏଭଳି ଶବ୍ଦ ହୋଇଥିବା ନେଇ ସୂଚନା ଦେଇଥିଲେ ବାଲେଶ୍ବର ପାଣିପାଗ କେନ୍ଦ୍ର ଅଧିକାରୀ । ହେଲେ ଆଜି ଏନେଇ କୌଣସି ସୂଚନା ମିଳି ନାହିଁ ।

Get real time updates directly on you device, subscribe now.