fbpx

ପ୍ରେମ ସମ୍ପର୍କକୁ ନେଇ ଯୁବକଙ୍କୁ ହତ୍ୟାକାଣ୍ଡ ଘଟଣା: ୧୫ ଦିନ ପରେ ବି ପୋଲିସ୍‌ ହାତ ଖାଲି

ନିମାପଡା (ଭାସ୍କର ନ୍ୟୁଜ୍‌): ନିମାପଡା ପ୍ରେମବ୍ୟାପାରକୁ କେନ୍ଦ୍ର କରି ଜଣେ ଯୁବକକୁ ହତ୍ୟା କରାଯାଇଥିବା ୧୫ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ୍‌ ଅଭିଯୁକ୍ତକୁ ଗିରଫ କରିବାରେ ବିଳମ୍ବକୁ ନେଇ ହତ୍ୟାର ଶୀକାର ହୋଇଥିବା ଯୁବକଙ୍କ ପରିବାର ଥାନାରୁ ନ୍ୟାୟ ପାଇବା ଆଶଙ୍କା ସୃଷ୍ଟି ହୋଇଛିା ପୋଲିସ୍‌ ହତ୍ୟା କାଣ୍ଡ ମାମଲା ରୁଜୁ କରି ନୀରବ ରହିବା ପଛରେ କୌଣସି ଚାପ ରହିଥିବା ଆଶଙ୍କା କରାଯାଉଛିା ଅଭିଯୋଗ କାରୀ ବାରମ୍ବାର ଥାନାକୁ ଦୌଡି ନିରାଶ ହେଉଅଛି ।

ଶବ ବ୍ୟବଛେଦ ରିର୍ପୋଟ ଆସିଲେ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ୍‌ କହିଛି । ଏହାକୁ ନେଇ ଦଳିତ ସାହିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ୫୦ରୁ ଉଦ୍ଧ୍ୱର୍ ଦଳିତ ପରିବାର ଥାନା ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି । କେତେକ ରାଜନୈତିକ ବ୍ୟକ୍ତି ଏହା ଦୁର୍ଘଟଣା ଘଟିଥିବା କହି ହତ୍ୟାକାଣ୍ଡକୁ ଲୁଚାଇବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗ କାରୀ ମଧ୍ୟ ପ୍ରକାଶ କରିଛନ୍ତିା  ଯାହାକୁ ନେଇ ଯୁବକଙ୍କ ପରିବାରରେ ଚୁଲି ଜଳୁନାହିଁ । ସରକାର ଗରୀବଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ପ୍ରକ୍ରିିୟା କରିଥିବା ବେଳେ ଏପରି କାହିଁକି ହେଉଛି ବୋଲି ଦଳିତ ବ୍ୟକ୍ତିମାନେ ପ୍ରଶାସନକୁ ପ୍ରଶ୍ନ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ପୁରୀ ଜିଲ୍ଲା ନିମାପଡା ବିଜ୍ଞାପିତ ଅଂଚଳ ପରିଷଦ ୨ନଂ ୱାର୍ଡ ଦକ୍ଷିଣସାହି ଗ୍ରାମର ବଳରାମ ଭୋଇଙ୍କ ପୁତ୍ର ବିଷ୍ଣୁଚରଣ ଭୋଇ ଓରଫ ଟେରାଙ୍କ ସହିତ ଦହିଜଙ୍ଗ ଦଳିତ ସାହି ଜୈନିକା ଯୁବତୀଙ୍କ ସହିତ ପ୍ରେମ ସଂପର୍କ ରହିଥିଲା । ଅନେକ ସମୟରେ ଯୁବତୀ ବଳରାମ ସହିତ ବିଭିନ୍ନ ସ୍ଥାନ ବୁଲିବାକୁ ଯାଉଥିଲେ । ଯୁବତୀ ଦିନେ ରାତିରେ ବିଷ୍ଣୁକୁ ଫୋନ୍‌ କରି ଘରକୁ ଡକାଇଥିଲେ । ସକାଳୁ ବିଷ୍ଣୁଙ୍କ ସନ୍ଧିଗ୍ଧ ମୃତ ଶରୀର ପିପିଲି ନିମାପଡା ମୁଖ୍ୟରାସ୍ତା ଦହିଜଙ୍ଗ ପୋଲ ତଳୁ ମିଳିଥିଲା । ପୋଲିସ୍‌ ଓ ଜିଲ୍ଲା ସାଇଣ୍ଟଫିକ୍‌ଟିମ୍‌ ପହଞ୍ଚି ତଦନ୍ତ କରିଥିଲୋ ମୃତ ଯୁବକଙ୍କ ପିତା ବଳରାମ ଭୋଇଙ୍କ ଅଭିଯୋଗ ଆଧାରରେ ପୋଲିସ୍‌ ୩୦୨ ହତ୍ୟାକାଣ୍ଡ ଦଫାରେ ଏକାଧିକ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରିଥିଲା । ୧୫ ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ୍‌ ପକ୍ଷରୁ ତତ୍ପରତା ପ୍ରକାଶ ନପାଇବାରୁ ଏହାକୁ ଚପାଇଦେବା ପାଇଁ ରୀତିମତ ଉଦ୍ୟମ ଚାଲିଥିବା କୁହାଯାଉଛି । କେବେ ପୋଲିସ୍‌ ଅଭିଯୁକ୍ତମାନଙ୍କୁ ବାନ୍ଧିବ ତାହାକୁ ମୃତକଙ୍କ ପରିବାର ଚାହିଁ ବସିଛନ୍ତି ।

Get real time updates directly on you device, subscribe now.