fbpx

ହେଉ ହେଉ ହୋଇଗଲା ହସ୍ପିଟାଲରେ ପ୍ରେମ, ତାପରେ…..

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଲଭ୍…ସେକ୍ସ…ଧୋକାକୁ ନେଇ ରାଜଧାନୀ ଭୁବନେଶ୍ୱରରୁ ଆସିଛି ଏକ ସଦ୍ୟତମ ଖବର । ପ୍ରଥମେ ନର୍ସଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଅନେକ ଦିନ ହେବ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖି ଆସୁଥିଲେ । ଆଉ ଶେଷରେ ତାଙ୍କୁ ମଝି ନଈରେ ଭସାଇ ଚାଲିଯାଇଥିଲେ ପ୍ରେମିକ । ପ୍ରକୃତ ଘଟଣା ହେଉଛି ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳରେ ରହୁଥିବା ଜଣେ ନର୍ସଙ୍କୁ କ୍ୟାପିଟାଲ ହସ୍ପିଟାଲର ଅସ୍ଥାୟୀ କର୍ମଚାରୀ ଅନେକ ଦିନ ହେବ ନିଜ ପ୍ରେମ ଜାଲରେ ଫସାଇ ତାଙ୍କ ସହିତ ବାରମ୍ବାର ଶାରୀରିକ ସମ୍ପର୍କ ରଖି ଆସୁଥିଲେ । ଆଉ ଶେଷରେ ତାଙ୍କୁ ଧୋକା ଦେଇଥିଲେ । ଏନେଇ ମହିଳା ଜଣକ ଇନଫୋସିଟି ଥାନାରେ ଅଭିଯୋଗ କରିଛନ୍ତି ।

ସୂଚନା କ୍ରମେ, ଚନ୍ଦ୍ରଶେଖରପୁର ଅଞ୍ଚଳରେ ରହୁଥିବା ଜଣେ ନର୍ସଙ୍କ ସହିତ କ୍ୟାପିଟାଲ ହସ୍ପିଟାଲର ଅସ୍ଥାୟୀ କର୍ମଚାରୀ ବାଲିଅନ୍ତା କାକରୁଦ୍ରପୁର ଅଞ୍ଚଳରେ ରହୁଥିବା ଅରଜିତ୍ ଜେନାଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଅଭିଯୋଗ ଅନୁସାରେ, ନର୍ସ ଜଣକ କାମ କରୁଥିବା ପଟିଆ ସରକାରୀ ହସ୍ପିଟାଲରେ ଅରଜିତଙ୍କ ବେଳେ ବେଳେ ଡ୍ୟୁଟି ପଡୁଥିଲା । ଆଉ ଏହି ସମୟରେ ସେ ନର୍ସଙ୍କୁ ନିଜ ପ୍ରେମ ଜାଲରେ ଫସାଇଥିଲେ । ଆଉ ବିବାହ କରିବା ନେଇ ମଧ୍ୟ ଅନେକ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ଏପରିକି ଅନେକ ରାତି ଦୁହିଁଙ୍କର ହୋଟେଲ୍ ରୁମ୍ ରେ ଏକାଠି କଟିଛି ବୋଲି ଅଭିଯୋଗରେ କହିଛନ୍ତି ନର୍ସ । ହେଲେ ବୟସ ଗଡିଯାଉଥିବାରୁ ନର୍ସ, ଅରଜିତଙ୍କ ଘରେ ବିବାହ ବିଷୟରେ ଜଣାଇବା କହିଥିଲେ । କିନ୍ତୁ ଅରଜିତ୍ ସମୟ ଗଡାଇ ଚାଲିଥିଲେ । ଦିନେ ଏନେଇ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲେ । ଆଉ ତାପରଠାରୁ ଅରଜିତ୍ ଆଉ ଦେଖା ଦେଇନଥିଲେ । ଏହାପରେ କିଛି ବାଟ ନ ପାଇ ନର୍ସ, ପୁଲିସର ସାହାରା ନେଇଥିଲେ ।

ତେବେ ଇନଫୋସିଟି ପୁଲିସ୍ ପାଖରେ ନର୍ସ ଜଣକ ଜୁନ୍ ୧୦ ତାରିଖରେ ଅଭିଯୋଗ କରିବା ପରେ ପୁଲିସ୍ ଅରଜିତ୍ ଙ୍କୁ ଧରିବା ପାଇଁ ଅଭିଯାନ ଆରମ୍ଭ କରିଥିଲା । ମାମଲା ରୁଜୁ କରିବା ପରେ ସୋମବାର କ୍ୟାପିଟାଲ ହସ୍ପିଟାଲକୁ ଡ୍ୟୁଟି କରିବାକୁ ଯିବା ସମୟରେ ପୁଲିସ୍ ଅରଜିତ୍ ଙ୍କୁ ରାସ୍ତାରୁ ଉଠାଇନେଇଥିଲା । ଆଉ ପଚରାଉଚରା ପରେ ଗିରଫ କରିଥିଲା ।

Get real time updates directly on you device, subscribe now.