fbpx
BSKY SKY
BSKY SKY

ପଞ୍ଜାବ ଓ ରାଜସ୍ଥାନ ପରେ ଏବେ କେରଳରେ ବଢିଲା କଂଗ୍ରେସର ମୁସ୍କିଲ, ହାଇକମାଣ୍ଡ ପ୍ରତି ଖପ୍ପା ଅନେକ ବଡ ନେତା

BSKY

ନୂଆଦିଲ୍ଲୀ : ରାଜସ୍ଥାନ ଓ ପଞ୍ଜାବରେ ଆଭ୍ୟନ୍ତରୀଣ କନ୍ଦଳ ଦେଇ ଗତି କରୁଥିବା କଂଗ୍ରେସ ପାଇଁ ମୁସ୍କିଲ ଥମିବାର ନାଁ ଧରୁନି। ରାଜସ୍ଥାନ ସମସ୍ୟାର ସମାଧାନ ନହଉଣୁ  କେରଳରେ ପାର୍ଟି ଭିତରେ ଉଠିଛି ଅସନ୍ତୋଷର ସ୍ଵର। ପାର୍ଟି ହାଇକମାଣ୍ଡଙ୍କ କାର‌୍ୟ୍ୟଶୈଳୀକୁ ନେଇ ରାଜ୍ୟରେ ବରିଷ୍ଠ ନେତାଙ୍କ ଏକ ଗୋଷ୍ଠୀ ଅସନ୍ତୁଷ୍ଟ।

ଦକ୍ଷିଣ ରାଜ୍ୟରେ କଂଗ୍ରେସ ଭିତରେ ଏହି ଅସନ୍ତୋଷ ସେହି ସମୟରେ ସାମ୍ନାକୁ ଆସିଲା, ଯେତେବେଳେ କେରଳ ରାଜ୍ୟ ସଭାପତି ଏମ ରାମଚନ୍ଦ୍ରନ ଓ ବିରୋଧୀ ଦଳ ନେତା ରମେଶ ଚେନ୍ନିଥଲାଙ୍କୁ ପଦରୁ ହଟାଗଲା। ଦଳ କ୍ଷମତାକୁ ଫେରିବାରେ ବିଫଳ ହେବା କାରଣରୁ କଂଗ୍ରେସ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ମାର୍କ୍ସବାଦୀ)ର ନେତୃତ୍ଵାଧୀନ ଗଣତାନ୍ତ୍ରିକ ମୋର୍ଚ୍ଚା ଗତ ମାସରେ କେରଳରେ ପୁଣି ଥରେ କ୍ଷମତା ହାତେଇବାରେ ସଫଳ ହୋଇଛି।

ଚେନ୍ନିଥଲା ଗୋଷ୍ଠୀଙ୍କ ନେତା ଅଭିଯୋଗ କରିଛନ୍ତି ଯେ, ଚେନ୍ନିଥଲାଙ୍କୁ ପଦରୁ ହଟାଇବା ପୂର୍ବରୁ ଥରୁଟିଏ ହେଲେ ଦଳର ସଭାପତି ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଭେଟିବାକୁ ସମୟ ଦିଆଗଲା ନାହିଁ। ରାଜ୍ୟର ନୂତନ ସଭାପତି କାହାକୁ କରାଯିବ ଏବଂ ବିରୋଧୀ ଦଳ ନେତା ଭାବେ କାହାକୁ ନିଯୁକ୍ତ କରାଯିବ ଏ ସଂକ୍ରାନ୍ତରେ ଆମ ସହ କୌଣସି ଆଲୋଚନା ମଧ୍ୟ କରାଗଲା ନାହିଁ। ସଂପୂର୍ଣ୍ଣ ଭାବେ ପାର୍ଟି ହାଇକମାଣ୍ଡ ଦ୍ଵାରା ଆମର ଅଣଦେଖା କରାଗଲା।

ଜଣେ ନେତା କହିଛନ୍ତି, କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ସ୍ଥିତିର ସମୀକ୍ଷା ଏବଂ ନୂତନ ନିଷ୍ପତ୍ତି ପାଇଁ ବୈଠକ ଡକାଇ ପାରିଥାନ୍ତେ। କଣ ପାଇଁ ନୂତନ ଚେହେରା ନିଯୁକ୍ତ କରାଗଲା, ଏହାର କାରଣ ମଧ୍ୟ କୁହାଗଲା ନାହିଁ। ଏପରିକି ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କ ପରାମର୍ଶ ବିନା ଦଳରେ ଏତେ ବଡ ପରିବର୍ତ୍ତନ କରାଗଲା ବୋଲି ନେତା କ୍ଷୋଭଭରା କଣ୍ଠରେ କହିଛନ୍ତି। ଚେନ୍ନିଥଲାଙ୍କ ଜଣେ ବିଶ୍ଵସ୍ତ ଦାବି କରିଛନ୍ତି ଯେ, ପାର୍ଟିରେ ଅଧିକାଂଶ ଲୋକ ଚେନ୍ନିଥଲାଙ୍କୁ ଏହି ପଦରେ ଦେଖିବାକୁ ଚାହୁଁଥିଲେ।

କିନ୍ତୁ ଅନ୍ୟ ଗୋଷ୍ଠୀର ନେତା କହିଛନ୍ତି, ଅଧିକାଂଶ ଯୁବ ବିଧାୟକ ଏବଂ ସାଂସଦ ପାର୍ଟିରେ ପରିବର୍ତ୍ତନ ଦାବି କରୁଥିଲେ। ରାଜ୍ୟର ପ୍ରଭାରୀ ତାରିକ ଅନଓ୍ଵର ଏହି ପ୍ରସଙ୍ଗରେ  ବିଧାୟକ, ସାଂସଦ ଓ ନେତାଙ୍କ ସହ ଅନେକ ପର‌୍ୟ୍ୟାୟରେ ଆଲୋଚନା କରି ସାରିଛନ୍ତି। ତେଣୁ ଏସବୁ ପ୍ରକ୍ରିୟା ଆଧାରରେ  ହୋଇଛି। ରାଜ୍ୟରେ ଭିଡି ସତିସନଙ୍କୁ ନୂତନ ବିରୋଧୀ ଦଳ ନେତା ଭାବେ ନିଯୁକ୍ତ କରାଯାଇଥିବା ବେଳେ କେ ସୁଧାକରନଙ୍କୁ ନୂତନ ରାଜ୍ୟସଭା କରାଯାଇଛି।

Get real time updates directly on you device, subscribe now.