fbpx

ସ୍ୱାମୀକୁ ଛାଡି ପ୍ରେମିକ ସହିତ ଶାରୀରିକ ସମ୍ପର୍କ: ଧୋକା ପରେ ଥାନାର ଦ୍ୱାରସ୍ଥ ହେଲେ ମହିଳା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶାରୀରିକ ସମ୍ପର୍କ ପାଇଁ ସ୍ୱାମୀକୁ ଛାଡପତ୍ର ଦେଇ ପ୍ରେମିକ ସହ ପଳେଇଲେ ବେଙ୍ଗାଲୁରୁ । ହେଲେ ପ୍ରେମର ମିଠା ଶେଷ ହୋଇଯିବା ପରେ ବର୍ତ୍ତମାନ ଚୁଇଙ୍ଗମ ଭଳି ଫୋପାଡି ଦେଇଛି ପ୍ରେମିକ । ଆଉ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ମହିଳା ।

ବିବାହ ପ୍ରତିଶୃତି ଦେଇ ଧୋକା ଦେଲେ ଯୁବକ। ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ମହିଳା। ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ରେ ଜଣେ ମହିଳା ଅଭିଯୋଗ କରିଥିଲେ ଯେ ତାଙ୍କୁ ଜଣେ ଯୁବକ ଜୀବନରୁ ମାରିଦେବାକୁ ଉଦ୍ୟମ କରୁଛନ୍ତି। ମହିଳା ଙ୍କ ଅଭିଯୋଗ କୁ ଆଧାର କରି ପୋଲିସ ୮୭/୨୨ନମ୍ବର ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସମ୍ପୃକ୍ତ ଯୁବତୀ ଙ୍କ ଅଭିଯୋଗ ଅନୁଯାୟୀ ବିବାହିତ ସ୍ୱାମୀ ଙ୍କୁ ୨ ବର୍ଷ ପୂର୍ବରୁ ଛାଡପତ୍ର ଦେଇ ରାମଚଦ୍ରପୁର ଥାନା ବଣିଆପଶି ଗ୍ରାମର ଦିଲ୍ଲୀପ ବେହେରା ନାମକ ଜଣେ ଯୁବକ ସହିତ ବାଙ୍ଗାଲୋର ପଳାଇ ଥିଲେ।

ଯୁବକ ଜଣକ ମହିଳା ଙ୍କୁ ବିବାହ ପ୍ରତିଶ୍ରୁତି ଦେବା ପରେ ଉଭୟ ଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଗଢି ଉଠିଥିଲା। କିଛି ଦିନ ତଳେ ଦିଲ୍ଲୀପ ବାଙ୍ଗାଲୋର ରୁ ନିଜ ଘରକୁ ଆସିବା ପରେ ସଂପୃକ୍ତ ମହିଳା ଙ୍କ ସହ ଯୋଗାଯୋଗ ଛିନ୍ନ କରିଥିଲେ। ମହିଳା ଜଣକ ତିନି ଦିନ ତଳେ ବାଙ୍ଗାଲୋର ରୁ ଆସି ଯୁବକ ଙ୍କୁ ଦେଖା କରିବା ପରେ ବିବାହ କରିବାକୁ ମହିଳା ଜଣକ ଜିଦ ଧରିବାରୁ ଯୁବକ ଜଣକ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ମହିଳା ଜଣକ। ନ୍ୟାୟ ପାଇବା ନିମନ୍ତେ ମହିଳା ଜଣକ ଆକୁଳ ନିବେଦନ କରିଥିବା ବେଳେ ଘଟଣା କୁ ଗୁରୁତର ସହ ନେଇ ତଦନ୍ତ ଜାରି ରଖିଛି ରାମଚଦ୍ରପୁର ପୋଲିସ।

Get real time updates directly on you device, subscribe now.