fbpx

ବାହା ହେବାକୁ ମନା କଲା ପ୍ରେମିକା: ୧୮ ଥର ଛୁରୀ ଭୁସିଲା ଯୁବକ

ନୂଆଦିଲ୍ଲୀ: ବାହା ହେବାକୁ ପ୍ରେମିକା ମନା କରିବାରୁ ଛୁରୀ ଭୁସି ହତ୍ୟା କରିବାକୁ ଚେଷ୍ଟା କରିଛି ଜଣେ ଯୁବକ । ପ୍ରେମିକା ମନା କରିବା ପରେ ଅତ୍ୟନ୍ତ ବୀଭତ୍ସ ଭାବରେ ୧୮ ଥର ଛୁରୀ ଭୁସିଥିଲା ଯୁବକ । ହାଇଦ୍ରାବାଦର ହସ୍ତୀନାପୁରମ ଅଞ୍ଚଳରେ ଏହି ଘଟଣା ଘଟିଛି । ଯୁବତୀ ଜଣକ ରହୁଥିବା ରୁମରେ ହିଁ ଏହି ଘଟଣା ଘଟିଥିଲା । ଅଭିଯୁକ୍ତ ବାସଭରାଜକୁ ପୋଲିସ ଗିରଫ କରିଛି ।

ବୁଧବାର ଏହି ଅଭାବନୀୟ ଘଟଣା ଘଟିଥିବା ବେଳେ ଯୁବତୀ ଜଣଙ୍କ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୀଡିତା ଯୁବତୀଙ୍କ ନାମ ସିରିଶା ହୋଇଥିବା ବେଳେ ସେ ବାସଭରାଜଙ୍କୁ ପ୍ରେମ କରୁଥିଲେ । ଦୁଇ ମାସ ତଳେ ସିରିଶା ଆଉ ଜଣେ ଯୁବକଙ୍କ ସହିତ ନିର୍ବନ୍ଧ କରାଇଥିଲେ । ଏଥିରେ ଉତକ୍ଷିପ୍ତ ବାସଭରାଜ ସିରିଶାଙ୍କୁ ୧୮ ଥର ଛୁରୀ ମାରିଥିଲେ । ଗୁରୁତର ଅବସ୍ଥାରେ ସିରିଶା ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ବାସଭରାଜ ପୋଲିସ ହେପାଜତରେ ଅଛନ୍ତି ।

Get real time updates directly on you device, subscribe now.