fbpx
BSKY SKY
BSKY SKY

ସାବିତ୍ରୀ ଅମାବାସ୍ୟାରେ ଧରା ପଡ଼ିଗଲା ପରକୀୟା ପ୍ରୀତି, ପ୍ରେମୀଯୁଗଳଙ୍କୁ ଗଛରେ ବାନ୍ଧି ନିର୍ଧୂମ୍ ପିଟିଲେ ଉତ୍ତ୍ୟକ୍ତ ଗ୍ରାମବାସୀ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପରକୀୟା ପ୍ରୀତି ଆଜିକାଲି ଏକ ସାଧାରଣ କଥା ହୋଇଗଲାଣି । କେଉଁଠି ବିବାହିତା ମହିଳା ଅନ୍ୟ ପୁରୁଷଙ୍କ ସହିତ ସମ୍ପର୍କ ସ୍ଥାପନ କରୁଛି ତ ଆଉ କେଉଁଠି ବିବାହିତ ପୁରୁଷ ଅନ୍ୟ ମହିଳାଙ୍କ ସହିତ ରିଲେସନସିପରେ ରହୁଛି । ତେବେ ଅନେକ ସମୟରେ ପରକ୍ରୀୟା ପ୍ରୀତିରୁ ଧୋକ୍କା, ହତ୍ୟାକାଣ୍ଡ ଭଳି ଘଟଣା ମଧ୍ୟ ଘଟୁଛି ।

ତେବେ ଏପରି ଏକ ଘଟଣା ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଘଟିଛି । ପରକ୍ରୀୟା ପ୍ରୀତିର ମଜା ନେଉଥିବା ବେଳେ ଧରାପଡ଼ିଛନ୍ତି ପ୍ରେମୀଯୁଗଳ । ନୀଳଗିଳି ଥାନା ଅଧିନ କେପିଲାଖରାଜ ପଞ୍ଚାୟତର ମର୍ଦ୍ଦରାଜପୁର ଗ୍ରାମର ଜଣେ ବିବାହିତ ଯୁବକ ସେହି ଗ୍ରାମର ଜଣେ ବିବାହିତା ମହିଳାଙ୍କ ସହ ସମ୍ପର୍କରେ ଥିଲେ । ମାତ୍ର ଦୁଃଖର କଥା ଉଭଙ୍କର ଲଭ ଷ୍ଟୋରୀ ଧରାପଡ଼ିଯାଇଥିଲା ଓ ଗ୍ରାମବାସୀମାନେ ଦୁହିଁଙ୍କୁ ଗଛରେ ବାନ୍ଧି ନିର୍ଧୂମ୍ ପିଟିଥିଲେ ।

ପରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଆହତ ପ୍ରେମୀ ଯୁଗଳଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା । ତେବେ ଆଜି ସାବିତ୍ରୀ ଅମାବାସ୍ୟା ହୋଇଥିବାରୁ ମହିଳାମାନେ ତାଙ୍କର ସତ୍ୟବାନଙ୍କ ପାଇଁ ବ୍ରତ, ଉପବାସ ରଖିଥାନ୍ତି । ମାତ୍ର ଏଭଳି ଘଟଣା ଆମ ସମାଜକୁ କଳୁଷିତ କରିବାରେ ଲାଗିଛି । ଏହି ଘଟଣାଟି ଉକ୍ତ ଅଞ୍ଚଳରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି ।

Get real time updates directly on you device, subscribe now.