ବାତ୍ୟାର ରୂପ ନେବ କି ଲଘୁଚାପ? ବଙ୍ଗୋପସାଗରରେ ଦାନା ବାନ୍ଧୁଛି.. ଏହି ସ୍ଥାନରେ ପ୍ରବଳ ଛେଚିବ !

ଭୁବନେଶ୍ବର: ପୁଣି ଡରାଇଲାଣି ବର୍ଷା ଭୟ । ଆସୁଛି ବଡ ବର୍ଷା । ମାର୍ଗଶୀରରେ ଭିଜିବ ଓଡିଶା । ବଙ୍ଗାପସାଗରରେ ଆସୁଛି ଆଉ ଏକ ଲଘୁଚାପ । କାଲି ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାହର ଏବଂ ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ଏହାପରେ ଆସନ୍ତା 23 ସୁଦ୍ଧା ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପରବର୍ତ୍ତୀ 2 ଦିନରେ ଦକ୍ଷିଣ ପଶ୍ଚିମ ବଙ୍ଗପୋସାଗରରେ ଅବପାତ ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହାର ପ୍ରଭାବ କେଉଁଭଳି ଭାବେ ରହିବ, ସେନେଇ ସ୍ପଷ୍ଟ ହୋଇନାହିଁ ।

ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାକୁ ଥିବା ବେଳେ ସମସ୍ତଙ୍କ ମନରେ ବାତ୍ୟାକୁ ନେଇ ଭୟ ଘାରିଛି । କେବେ ଲଘୁଚାପ ଅବପାତର ରୂପ ନେବା ପରେ ଏହା ସ୍ପଷ୍ଟ ହୋଇପାରିବ । ସାଧାରଣତଃ ମାର୍ଗଶୀର ମାସରେ ବର୍ଷା ହେଉଥିବା ବେଳେ ଏହାଦ୍ବାରା କେବଳ ବର୍ଷା ହେବା ନେଇ ଆକଳନ କରାଯାଉଛି । ତେବେ ବର୍ଷା ହେଲେ ଏହା ଛାଡିବା ପରେ ଶୀତର ପ୍ରକୋପ ବୃଦ୍ଧି ପାଇପାରେ ।