ନୂଆଦିଲ୍ଲୀ: ମାସ ଆରମ୍ଭରୁ ଗ୍ରାହକଙ୍କୁ ଜୋରଦାର ଝଟକା । ବଢିଲା ଏଲପିଜି ସିଲିଣ୍ଡର ଦାମ୍ । ଆଜିଠାରୁ ନୂଆ ମାସ ଆରମ୍ଭ ହୋଇଛି ଏବଂ ଡିସେମ୍ବର ଆରମ୍ଭରୁ ଗ୍ୟାସ ସିଲିଣ୍ଡରର ମୂଲ୍ୟ ମହଙ୍ଗା ହୋଇଛି । ସରକାରୀ ତୈଳ କମ୍ପାନୀଗୁଡିକ ପ୍ରତି ମାସର ପ୍ରଥମ ଦିନରେ ଏଲପିଜି ସିଲିଣ୍ଡରର ମୂଲ୍ୟ ସମୀକ୍ଷା କରନ୍ତି ଏବଂ ଏହା ଅଧୀନରେ ଭାରତୀୟ ତୈଳ ନିଗମ ଗ୍ୟାସର ମୂଲ୍ୟ ବୃଦ୍ଧି କରିଛି । ତେବେ 19 କିଲୋ ଏଲପିଜି ସିଲିଣ୍ଡରର ଦାମ୍ ବୃଦ୍ଧି ପାଇଛି । କିନ୍ତୁ 14.2 କିଲୋଗ୍ରାମ ବିଶିଷ୍ଟ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । କମର୍ସିଆଲ ସିଲିଣ୍ଡରର ବର୍ଦ୍ଦିତ ମୂଲ୍ୟ ଆଜିଠାରୁ ଦେଶରେ ଲାଗୁ ହୋଇଛି ।
ତୈଳ ମାର୍କେଟିଂ କମ୍ପାନୀଗୁଡିକ ସେମାନଙ୍କର ଅଫିସିଆଲ୍ ୱେବସାଇଟରେ ନୂତନ ଦର ପ୍ରକାଶ କରିଛନ୍ତି । ଏହି ଦର ଅନୁଯାୟୀ ଦେଶର ରାଜଧାନୀ ଦିଲ୍ଲୀରେ କମର୍ସିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ 1802 ରୁ 1818 ଟଙ୍କାକୁ ବୃଦ୍ଧି ପାଇଛି । କୋଲକାତାରେ କମର୍ସିଆଲ ଗ୍ୟାସ ସିଲିଣ୍ଡର 1927 ଟଙ୍କା ହୋଇଛି । ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହାର ଅର୍ଥ ହେଉଛି ଆଜି ମଧ୍ୟ ଘରୋଇ ଗ୍ୟାସ ସିଲିଣ୍ଡର ସିଲିଣ୍ଡର ପିଛା 803 ଟଙ୍କାରେ ବିକ୍ରି ହେଉଛି। । ପ୍ରକାଶଥାଉକି, ନଭେମ୍ବର ମାସ ପୂର୍ବରୁ କମର୍ସିଆଲ ସିଲିଣ୍ଡରର ମୂଲ୍ୟ 62 ଟଙ୍କା ବୃଦ୍ଧି କରାଯାଇଥିଲା । ଏଥି ସହିତ ଅଗଷ୍ଟ ମାସରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଥିଲା ।