ନୂଆଦିଲ୍ଲୀ: ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ମଧ୍ୟରେ ଏଲପିଜି ସିଲିଣ୍ଡରର ନୂଆ ରେଟ୍ ଜାରି ହୋଇଯାଇଛି । ଆଜି ଅର୍ଥାତ୍ ମାର୍ଚ୍ଚ ୧ ତାରିଖରୁ ନୂତନ ରେଟ୍ ଜାରି କରାଯାଇଛି । ସିଲିଣ୍ଡର ଦର ୧୦୫ ଟଙ୍କା ମହଙ୍ଗା ହୋଇଛି । ତେବେ ଏହି ବୃଦ୍ଧି କମର୍ସିଆଲ୍ ସିଲିଣ୍ଡରରେ କରାଯାଇଛି ଓ ମାର୍ଚ୍ଚ ୭ ତାରିଖ ପରେ ଘରୋଇ ସିଲିଣ୍ଡରର ଦାମ୍ ବି ବଢ଼ିବାର ସମ୍ଭାବନା ରହିଛି । କାରଣ ଏବେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ଭୋଟିଂ ମାର୍ଚ୍ଚ ୩ ଓ ସପ୍ତମ ପର୍ଯ୍ୟାୟ ଭୋଟିଂ ମାର୍ଚ୍ଚ ୭ ତାରିଖରେ ହେବ । ତେଣୁ ୭ ତାରିଖ ପରେ ଘରୋଇ ସିଲିଣ୍ଡର ରେଟ୍ ବଢ଼ିବ ବୋଲି ଆଶା କରାଯାଉଛି ।
ଘରୋଇ ଖଚଏ ସିଲିଣ୍ଡରର ଦାମ୍ ରେ ୬ ଅକ୍ଟୋବର ୨୦୨୧ ପରଠାରୁ କୌଣସି ପରିବର୍ତ୍ତନ ଆସିନାହି: । ଅବଶ୍ୟ, ଏହି ଅବଧିରେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧୦୨ ଡଲାର ଅତିକ୍ରମ କରିଛି। ଅନ୍ୟପଟେ କମର୍ସିଆଲ୍ ସିଲିଣ୍ଡର ଦାମରେ ପରିବର୍ତ୍ତନ ଆସିଥିଲା । ଅକ୍ଟୋବର ୨୦୨୧ ରୁ ଫେବୃଆରୀ ୧, ୨୦୨୨ ମଧ୍ୟରେ କମର୍ସିଆଲ୍ ସିଲିଣ୍ଡରର ମୂଲ୍ୟ ୧୭୦ ଟଙ୍କା ବୃଦ୍ଧି ପାଇଛି। ଅକ୍ଟୋବର ୧ ରେ, ଦିଲ୍ଲୀର କମର୍ସିଆଲ୍ ସିଲିଣ୍ଡରର ମୂଲ୍ୟ ୧୭୩୬ ଟଙ୍କା ଥିଲା। ନଭେମ୍ବରରେ ଏହା ୨୦୦୦ ହୋଇଥିଲା ଏବଂ ଡିସେମ୍ବରରେ ଏହା ୨୧୦୧ ଟଙ୍କାକୁ ବୃଦ୍ଧି ପାଇଥିଲା । ପରେ, ଜାନୁଆରୀରେ ଏହା ପୁଣି ଶସ୍ତା ହେଲା ଏବଂ ଫେବୃଆରୀ ୨୦୨୨ ରେ ଆହୁରି ଶସ୍ତା ହୋଇ ୧୯୦୭ ଟଙ୍କାକୁ ଆସିଥିଲା ।