fbpx

ମାସ ଆରମ୍ଭରୁ ଗ୍ରାହକଙ୍କୁ ଆଶ୍ୱସ୍ତି: କମିଲା LPG ଗ୍ୟାସ୍ ଦର

ନୂଆଦିଲ୍ଲୀ: ଆଜିଠାରୁ ଜୁନ ମାସ ଆରମ୍ଭ ହେଉଥିବା ବେଳେ ଏହି ପରିପ୍ରେକ୍ଷୀରେ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି । ଇଲେକ୍ଟ୍ରି ବାଇକ କ୍ରୟ ଠାରୁ ଆରମ୍ଭ କରି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର କିଛି ନିୟମ ବଦଳିବାକୁ ଯାଉଛି । ତେବେ ଏହା ମଧ୍ୟରେ ମାସ ଆରମ୍ଭରୁ ଗ୍ରାହକଙ୍କ ପାଇଁ ଆସିଛି ଏକ ଖୁସି ଖବର । ପେଟ୍ରୋଲିୟମ କମ୍ପାନୀମାନେ ଏଲପିଜି ଦାମ୍ ଅପଡେଟ୍ ଦେଇଛନ୍ତି ।

ସୂଚନ ମୁତାବକ, ଜୁନ ୧ ତାରିଖଠାରୁ ଏଲପିଜି ସିଲିଣ୍ଡର ଦାମ୍ ଶସ୍ତା ହୋଇଯାଇଛି । ତେବେ ଏହି ପରିବର୍ତ୍ତନ କେବଳ କମର୍ସିଆଲ ସିଲିଣ୍ଡର କ୍ଷେତ୍ରରେ ଦେଖିବାକୁ ମିଳିଛି । ୧୯ କେଜି ବିଶିଷ୍ଟ କମର୍ସିଆଲ ଏଲପିଜି ସିଲିଣ୍ଡର ମୂଲ୍ୟ ଶସ୍ତା ହୋଇ ଦିଲ୍ଲୀର ଗ୍ରାହକଙ୍କୁ ୧୭୭୩ ଟଙ୍କାରେ ମିଳୁଛି । ସେହିପରି କୋଲକତାରେ ଏହାର ଦାମ୍ ୧୮୭୫.୫୦ ଟଙ୍କା ରହିଥିବା ବେଳେ ମୁମ୍ବାଇରେ ୧୭୨୫ ଓ ଚେନ୍ନାଇରେ ୧୯୩୭ ଟଙ୍କା ରହିଛି । କମର୍ସିଆଲ ସିଲିଣ୍ଡର ଦାମରେ ଆଜି ୮୩.୫୦ ଟଙ୍କା ଶସ୍ତା ହୋଇଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଘରୋଇ ଏଲପିଜି ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ମାସରେ କମର୍ସିଆଲ ସିଲିଣ୍ଡର ଦାମ୍ ପାଖାପାଖି ୧୭୨ ଟଙ୍କା ଶସ୍ତା ହୋଇଥିଲା । ପ୍ରତ୍ୟେକ ମାସ ପହିଲାରୁ ତୈଳ କମ୍ପାନୀମାନେ ଏଲପିଜି ସିଲିଣ୍ଡର ଦାମର ସମୀକ୍ଷା କରିବା ସହିତ ମୂଲ୍ୟ ପରିବର୍ତ୍ତନ କରିଥାନ୍ତି । ଏହି କ୍ରମରେ ଆଜି ମାସ ଆରମ୍ଭରୁ କମର୍ସିଆଲ ଏଲପିଜି ସିଲିଣ୍ଡରର ମୂଲ୍ୟରେ ହ୍ରାସ ପରିଲକ୍ଷିତ ହୋଇଛି । ଅନ୍ୟ ସହରମାନଙ୍କ ମଧ୍ୟରେ ବେଙ୍ଗାଲୁରୁରେ କମର୍ସିଆଲ ସିଲିଣ୍ଡରର ଦାମ୍ ୧୧୦୫.୫, ଭୋପାଳରେ ୧୧୦୮.୫, ଶ୍ରୀନଗରରେ ୧୨୧୯, ପଟନାରେ ୧୨୦୧, ଚଣ୍ଡିଗଡ଼ରେ ୧୧୧୨.୫, ଅହମ୍ମଦାବାଦରେ ୧୧୧୦. ଶିମଲାରେ ୧୧୪୭.୫ ଟଙ୍କା ରହିଛି ।

Get real time updates directly on you device, subscribe now.