fbpx

ପୁଣି ଥରେ ଖାଉଟିଙ୍କୁ ମହଙ୍ଗା ମାଡ: ୧୦୨ ଟଙ୍କା ବଢିଲା ଏଲପିଜି ସିଲିଣ୍ଡର

Advertisement

ନୂଆଦିଲ୍ଲୀ: ଦେଶରେ ପୁଣିଥରେ ମହଙ୍ଗା ହୋଇଛି ଏଲପିଜି ସିଲିଣ୍ଡର ମୂଲ୍ୟ । ୧୯ କିଗ୍ରା ସିଲିଣ୍ଡରରେ ଉପଲବ୍ଧ ହେଉଥିବା ବ୍ୟବସାୟିକ ଗ୍ୟାସର ମୂଲ୍ୟ ୧୦୨.୫୦ ଟଙ୍କା ବୃଦ୍ଧି ପାଇଛି । ମେ ୧ ତାରିଖରୁ ଏହି ଦରବୃଦ୍ଧି ଲାଗୁ ହେବ ବୋଲି ଜଣାପଡିଛି । ପୂର୍ବରୁ ଏହି ସିଲିଣ୍ଡରର ମୂଲ୍ୟ ୨୨୫୩ ଟଙ୍କା ରହିଥିବା ବେଳେ ବର୍ତ୍ତମାନ ଏହା ୨୩୫୫.୫୦ ଟଙ୍କା ପଡିବ ।

ବିଗତ ତିନି ମାସ ମଧ୍ୟରେ ଏଲପିଜି ଦର ହୁ ହୁ ହୋଇ ବଢିଚାଲିଛି । ମାର୍ଚ୍ଚ ମାସରେ ବ୍ୟବସାୟିକ ଗ୍ୟାସର ମୂଲ୍ୟ ୧୦୫ ଟଙ୍କା ବଢିଥିବା ବେଳେ ଏପ୍ରିଲ୍ ମାସର ୧ ତାରିଖରେ ଏହା ୨୫୦ ଟଙ୍କା ବଢିଥିଲା ।

ଘରୋଇ ଏଲପିଜି ସିଲିଣ୍ଡରର ଦାମ୍ ରେ ୬ ଅକ୍ଟୋବର ୨୦୨୧ ପରଠାରୁ କୌଣସି ପରିବର୍ତ୍ତନ ଆସିନାହି । ଅବଶ୍ୟ, ଏହି ଅବଧିରେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧୨୦ ଡଲାର ଅତିକ୍ରମ କରିଛି। ଅନ୍ୟପଟେ କମର୍ସିଆଲ୍ ସିଲିଣ୍ଡର ଦାମରେ ପରିବର୍ତ୍ତନ ଆସିଥିଲା । ମାର୍ଚ୍ଚ ମାସରୁ ବର୍ତ୍ତମାନ ଯାଏଁ ଏଲପିଜି ମୂଲ୍ୟ ୪୫୦ଟଙ୍କାରୁ ଅଧିକ ବଢିସାରିଛି । ମାର୍ଚ୍ଚ ୧ରେ ବ୍ୟବସାୟିକ ଗ୍ୟାସର ମୂଲ୍ୟ ୧୦୫ ଟଙ୍କା ବଢିଥିବା ବେଳେ ଏପ୍ରିଲ୍ ମାସର ୧ ତାରିଖରେ ଏହା ୨୫୦ ଟଙ୍କା ବଢିଥିଲା ।

Get real time updates directly on you device, subscribe now.