fbpx

IND vs BAN; ଟିମ ଇଣ୍ଡିଆରେ ସାମିଲ ହେଲେ LSG ଷ୍ଟାର ବୋଲର: ଟେଷ୍ଟ ସିରିଜରେ ପ୍ରମୁଖ ଦାୟିତ୍ୱ ଦେଲେ ଗମ୍ଭୀର

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୧୯ ତାରିଖରୁ ବାଂଲାଦେଶ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବ ଟିମ ଇଣ୍ଡିଆ । ଖୁବଶୀଘ୍ର ବାଂଲାଦେଶ ଟିମ୍ ଭାରତରେ ପହଞ୍ଚିବ । ତେବେ ଏହା ପୂର୍ବରୁ ଭାରତୀୟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଖେଳିଛନ୍ତି ଏକ ମାଷ୍ଟରଷ୍ଟ୍ରୋକ । ଟିମ ଇଣ୍ଡିଆରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ବୋଲର ମୋର୍ଣ୍ଣ ମୋର୍କେଲଙ୍କୁ ବୋଲିଂ କୋଚ୍ ଦାୟିତ୍ୱ ଦେବା ପରେ ଜଣେ ଷ୍ଟାର ବୋଲରଙ୍କୁ ଦଳରେ ସୁଯୋଗ ଦେଇଛନ୍ତି ଗମ୍ଭୀର । ଆଇପିଏଲରେ ଲକ୍ଷେ୍ନø ସୁପର ଜିଆଣ୍ଟସ ତରଫରୁ ଖେଳୁଥିବା ଷ୍ଟାର ବୋଲର ୟୁଧବୀର ସିଂହଙ୍କୁ ଭାରତୀୟ ଦଳରେ ପ୍ରମୁଖ ଦାୟିତ୍ୱ ପ୍ରଦାନ କରାଯାଇଛି ।

ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରିନାହିଁ ବୋର୍ଡ । କିନ୍ତୁ ଏହାପୂର୍ବରୁ ଦଳରେ ନେଟ୍ ବୋଲର ଭାବରେ ସାମିଲ ହୋଇଛନ୍ତି ଜାମ୍ମୁ-କାଶ୍ମୀରର ବୋଲର ୟୁଧବୀର ସିଂହ । ଆଇପିଏଲରେ ସେ ଲକ୍ଷେ୍ନø ସୁପର ଜିଆଣ୍ଟସ ତରଫରୁ ଖେଳୁଥିବା ବେଳେ ଗମ୍ଭୀର ତାଙ୍କ ବୋଲିଂ ପ୍ରତିଭା ଦେଖିଥିଲେ । ବର୍ତ୍ତମାନ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ପାଇଁ ତାଙ୍କୁ ଦଳର ନେଟ୍ ବୋଲର ଭାବରେ ସାମିଲ କରାଯାଇଛି । ନିକଟରେ ବାଂଲାଦେଶ ପାକିସ୍ତାନକୁ ୨-୦ ରେ କ୍ଲିନ ସ୍ୱିପ କରିଛି । ତେଣୁ ଭାରତ ବାଂଲାଦେଶ ଯଥା ସମ୍ଭବ ପ୍ରସ୍ତୁତି ଜାରି ରଖିଛି । ୟୁଧବୀର ସିଂହ ଲଗାତାର ୧୪୦ ବେଗରେ ବୋଲିଂ କରିବାର କ୍ଷମତା ରଖିଛନ୍ତି । ତେଣୁ ବାଂଲାଦେଶର ପେସ୍ ଆଟାକକୁ ସାମନା କରିବା ପାଇଁ ତାଙ୍କୁ ଦଳରେ ସାମିଲ କରାଯାଇଛି ।

ପାକିସ୍ତାନ ବିପକ୍ଷରେ ବାଂଲାଦେଶର ପେସ୍ ବୋଲିଂ ୟୁନିଟ ଦମଦାର ପ୍ରଦର୍ଶନ କରିଥିଲା । ତସ୍କିନ ଅହମଦ, ନାହିଦ ରାଣା, ଶୋରଫୁଲ ଇସଲାମ ଏବଂ ହସନ ମହମୁଦ ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜରେ ଘାତକ ବୋଲିଂ କରିଛନ୍ତି । ତେଣୁ ପାକିସ୍ତାନର ଏହି ଶକ୍ତିଶାଳୀ ୟୁନିଟର ଚକ୍ରବ୍ୟୁହକୁ ଭେଦ କରିବା ପାଇଁ ନେଟରେ ରୋହିତ ସେନାକୁ ଅଭ୍ୟାସ କରାଇବେ ୟୁଧବୀର ସିଂହ । ଆଇପିଏଲରେ ୫ଟି ମ୍ୟାଚ ଖେଳି ୟୁଧବୀର ୪ଟି ୱିକେଟ ହାସଲ କରିଛନ୍ତି ।

Get real time updates directly on you device, subscribe now.