fbpx

LTTE ମୁଖ୍ୟ ପ୍ରଭାକରନ୍ ଜୀବିତ ଅଛନ୍ତି ଓ ସୁସ୍ଥ ଅଛନ୍ତି: ଖୁବଶୀଘ୍ର ଦୁନିଆ ସାମ୍ନାକୁ ଆସିବେ, ବଡ଼ ଖୁଲାସା

ନୂଆଦିଲ୍ଲୀ: ଲିବରେସନ ଟାଇଗର୍ସ ଅଫ୍ ତାମିଲ ଇଲମ୍ (ଏଲଟିଟିଇ)ର ପ୍ରତିଷ୍ଠାତା ଭେଲୁପିଲ୍ଲାଇ ପ୍ରଭାକରନ ଏକାଦା ସାରା ବିଶ୍ୱରେ ଜଣେ ଭୟଙ୍କର ଆତଙ୍କବାଦୀ ଭାବେ ପରିଚିତ ଥିଲେ । ଗତ ୨୦୦୯ ମସିହା ମାର୍ଚ୍ଚ ମାସ ୨୧ ତାରିଖରେ ପ୍ରଭାକରନ ଶ୍ରୀଲଙ୍କାର ସେନା ଦ୍ୱାରା ମୃତ୍ୟୁବରଣ କରିଥିଲେ । ପ୍ରଭାକରନଙ୍କ ମୃତ୍ୟୁ ପରେ ଶ୍ରୀଲଙ୍କାର ଜାଫନା କ୍ଷେତ୍ର ଏଲଟିଟିଇ ଆତଙ୍କବାଦୀ କବଳରୁ ମୁକ୍ତ ହୋଇଥିଲା ।

ପ୍ରଭାକରନଙ୍କ ମୃତ୍ୟୁ ପରେ ଏଲଟିଟିଇ ଦୁର୍ବଳ ହୋଇଯିବା ସହ ପରାଜୟକୁ ସ୍ୱୀକାର କରି ବନ୍ଧୁକ ଶାନ୍ତ କରିବାକୁ ଘୋଷଣା କରିଥିଲା । ପ୍ରଭାକରନଙ୍କ ମୃତ୍ୟୁ ପରେ ଶ୍ରୀଲଙ୍କାରେ ସତେ ଯେପରି ଗୋଟିଏ ଯୁଗର ଅନ୍ତ ଘଟିଥିଲା । ତେବେ ଏହା ମଧ୍ୟରେ ପ୍ରଭାକରନଙ୍କୁ ନେଇ ଏକ ବଡ଼ ଖୁଲାସା ହୋଇଛି । ପ୍ରଭାକରନ ଜୀବିତ ଅଛନ୍ତି ଓ ସୁସ୍ଥ ଅଛନ୍ତି । ସେ ଖୁବଶୀଘ୍ର ଦୁନିଆ ସାମ୍ନାକୁ ଆସିବେ । ଏଭଳି ବୟାନ ଦେଇ ସାରା ବିଶ୍ୱକୁ ଚମକାଇ ଦେଇଛନ୍ତି ୱାର୍ଲ୍ଡ ତାମିଲ ଫେଡେରେସନର ଅଧ୍ୟକ୍ଷ ପାଝା ନେଦୁମାରନ ।

ନେଦୁମାରନ କହିଛନ୍ତି, ମୋତେ ଏହା କହିବାକୁ ଖୁସି ଲାଗୁଛି ଯେ ଆମର ତାମିଲ ରାଷ୍ଟ୍ରୀୟ ନେତା ପ୍ରଭକରଣ ଜିବିତ ଅଛନ୍ତି ଓ ସମ୍ପୂର୍ଣ୍ଣ ଠିକ୍ ଅଛନ୍ତି । ଏଲଟିଟିଇର ମୁଖ୍ୟଙ୍କୁ ନେଇ ପୂର୍ବରୁ ଖବର ସାମ୍ନାକୁ ଆସିଥିଲା, ସେସବୁ ଉପରେ ଏବେ ବିରାମ ଲାଗିବ । ପ୍ରଭାକରନ ଖୁବଶୀଘ୍ର ତାମିଲ ଜାତିର ମୁକ୍ତି ପାଇଁ ଏକ ଯୋଜନା ଘୋଷଣା କରିବେ । ତେଣୁ ଏହି ଅବସରରେ ବିଶ୍ୱର ସମସ୍ତ ତାମିଲ ଲୋକମାନେ ତାଙ୍କୁ ସମର୍ଥନ କରିବା ଦରକାର ।

Get real time updates directly on you device, subscribe now.