fbpx

(Video) ସୋସିଆଲ ମିଡ଼ିଆକୁ ହଲଚଲ୍ କରିଦେଲେ ‘Model Chai Wali’, ଭ୍ୟୁଜ୍ ୧ କୋଟି ଟପିଲାଣି

ନୂଆଦିଲ୍ଲୀ: ଆଜିର ସୋସିଆଲ ମିଡ଼ିଆ ଯୁଗରେ ଅନେକ ଯୁବକ, ଯୁବତୀ କିଛି ନୂଆ ଟ୍ୟାଲେଣ୍ଟ ଦେଖାଇ ରାତାରାତି ଷ୍ଟାର ପାଲଟି ଯାଉଛନ୍ତି । ତେବେ ଏହା ମଧ୍ୟରେ ଲକ୍ଷ୍ନୌର ‘ମଡେଲ ଚା ବାଲି’ଙ୍କୁ ନେଇ ବେଶ୍ ଚର୍ଚ୍ଚା ଜାରି ରହିଛି । ରାସ୍ତାକଡ଼ରେ ଟପରିରେ ଚା’ ପ୍ରସ୍ତୁତ କରୁଥିବା ଜଣେ ମହିଳା ମଡେଲଙ୍କ ଭିଡିଓ ସତେ ଯେମିତି ସୋସିଆଲ ମିଡ଼ିଆରେ ନିଆଁ ଲଗାଇ ଦେଇଛି । ଏହି ମହିଳାଙ୍କ ନାମ ସିମରନ ଗୁପ୍ତ ଓ ସେ ଏକ ବ୍ୟୁଟି ପେଜେଣ୍ଟର ୱିନର ରହି ସାରିଛନ୍ତି । ତାଙ୍କର ଏହି ଭିଡିଓରେ ବର୍ତ୍ତମାନ ସୁଦ୍ଧା ଭ୍ୟୁଜ୍ ୧ କୋଟି ଟପି ସାରିଲାଣି । ଏଥିସହିତ ଶହ ଶହ କମେଣ୍ଟ ମଧ୍ୟ ଭରି ଯାଇଛି । ଏହି ଭିଡିଓ ଦେଖିବା ପରେ କିଛି ଲୋକ ପ୍ରଶଂସା କରୁଥିବା ବେଳେ ଆଉ କିଛି ଟ୍ରୋଲ କରିଛନ୍ତି ।

ଏହି ଭିଡିଓ ଦେଖିବା ପରେ ଅନେକ ୟୁଜର୍ସ ତାଙ୍କୁ ପ୍ରଶଂସା କରିବା ସହ ସେ ବିଗ୍ ବସ୍ ପ୍ରତିଯୋଗିତାରେ ଭାଗ ନେବା ପାଇଁ ପ୍ରସ୍ତୁତି କରୁଛନ୍ତି ବୋଲି କହିଛନ୍ତି । ସେହିପରି ସେ ଯେଉଁ ଢଙ୍ଗରେ କେଶ ଖୋଲା କରି ଚା’ ପ୍ରସ୍ତୁତ କରୁଛନ୍ତି ତାହାକୁ ଅନେକ ୟୁଜର୍ସ ଟ୍ରୋଲ କରିଛନ୍ତି । ଫୁଡ୍ ବ୍ଲଗର ‘ଦି ହଙ୍ଗ୍ରୀ ପଞ୍ଜାବୀ’ ଏହାକୁ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ମହିଳା ଜଣଙ୍କ ଉତ୍ତରପ୍ରଦେଶର ଗୋରଖପୁରର ବାସିନ୍ଦା ବୋଲି ଜଣାପଡ଼ିଛି । ସିମରନ ଜଣେ ମଡେଲ ହୋଇଥିବା ବେଳେ କୋଭିଡ-୧୯ ସମୟରେ ଲକଡାଉନରେ ତାଙ୍କର ମଡେଲିଂ କ୍ୟାରିୟର ପ୍ରଭାବିତ ହୋଇଥିଲା । ଏହାପରେ ସେ ନିଜର ଷ୍ଟାର୍ଟଅପ ଆରମ୍ଭ କରିବା ସହ ଲକ୍ଷ୍ନୌରେ ଚା’ ଦୋକାନ ଖୋଲିଥିଲେ । ତେବେ ସିମରନ ଯେଉଁ ଅନ୍ଦାଜରେ ଚା’ ବିକ୍ରି କରୁଥିଲେ ତାହା ତାଙ୍କୁ ଏବେ ଏକ ଟ୍ରେଣ୍ଡିଂ ବିଜିନେସରେ ରୂପାନ୍ତରିତ କରିଛନ୍ତି । ସୂଚନାଯୋଗ୍ୟ ଯେ, ପୂର୍ବରୁ ପ୍ରଫୁଲ୍ଲ ବିଲ୍ଲୋରୋ ଓରଫ ଏମବିଏ ଚାୟବାଲା, ନାଗପୁରର ଡଲି ଚାୟବାଲା ଏକ ଭିନ୍ନ ଷ୍ଟାଇଲରେ ଚା’ ବିକ୍ରି କରି ବେଶ୍ ପ୍ରସିଦ୍ଧି ଲାଭ କରିଥିଲେ ।

Get real time updates directly on you device, subscribe now.