fbpx

ନିଜକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି ତ ଏହିସବୁ ମୂର୍ତ୍ତି ଠାରୁ ଶିଖନ୍ତୁ ଯୋଗ, ଦେବାକୁ ପଡିବନି ଗୋଟିଏ ବି ପଇସା

ନୂଆଦିଲ୍ଲୀ: ମୂର୍ତ୍ତି ଯୋଗ ଶିଖାଉଥିବାର ଆପଣ କେବେ ଦେଖିଛନ୍ତି କି ? ମୂର୍ତ୍ତି ଜଣେ ଯୋଗ ଶିକ୍ଷକଙ୍କ ପରି ବିଭିନ୍ନ ପ୍ରକାରର ଯୋଗ କରୁଥିବାର ଦୃଶ୍ୟ ଦେଖିଲେ ଆପଣ ନିଜ ଆଖିକୁ ବି ବିଶ୍ୱାସ କରିପାରିବେ ନାହିଁ । କିନ୍ତୁ ଏହା ପୁରା ସତ । ଲକ୍ଷ୍ନୌରେ ଏପରି ଏକ ସ୍ଥାନ ରହିଛି ଯେଉଁଠି ମୂର୍ତ୍ତି ହିଁ ଲୋକଙ୍କୁ ଯୋଗ ଶିଖାଉଛି ।

ଏଠାରେ ଲୋକମାନେ ମୂର୍ତ୍ତିକୁ ଦେଖି ଯୋଗ କରିଥାନ୍ତି । ଏହା ପୁଣି ସଂପୂର୍ଣ୍ଣ ମାଗଣା ଓ ଏଠାରେ ଯେ କେହି ବି ଚାହିଁଲେ ଯୋଗ ଦେଇପାରିବେ । ଏହି ସ୍ଥାନର ନାମ ଲୋହିଆ ପାର୍କ ଯାହା ଲକ୍ଷ୍ନୌ ସହରର ଗୋମତୀ ନଗରରେ ରହିଛି । ଲୋହିଆ ପାର୍କରେ ପ୍ରବେଶ କରିବା ମାତ୍ରକେ ପ୍ରାୟ ୧୦ ଗୋଟି ମୂର୍ତ୍ତି ବିଭିନ୍ନ ପୋଜ୍‌ରେ ଯୋଗ କରୁଥିବାର ଆପଣଙ୍କ ନଜର ଆସିବ ।

ଏହି ପାର୍କରେ ୧୦ ଗୋଟି ମୂର୍ତ୍ତିକୁ ୧୦ ପ୍ରକାର ଆସନ ପୋଜ୍‌ରେ ନିର୍ମାଣ କରାଯାଇଛି । ଏହି ମୂର୍ତ୍ତିକୁ ଦେଖି ଯିଏ ଯୋଗ କରିବା ଶିଖି ନାହିଁ ସେ ବି ଯୋଗ କରିବା ଶିଖି ଯାଇଛନ୍ତି । ଅଷ୍ଟାସନ, ବଜ୍ରାସନ, ବୃକ୍ଷାସନ, ଦଣ୍ଡାସନ, ଭୁଜଙ୍ଗ ଆସନ, ଅଧୋମୁଖୀ ସହିତ ବିଭିନ୍ନ ମୁଦ୍ରାରେ ମୂର୍ତ୍ତି ସବୁ ନଜର ଆସୁଛନ୍ତି । ସକାଳେ ଓ ସନ୍ଧ୍ୟାରେ ଯେଉଁ ଲୋକମାନେ ଏହି ପାର୍କକୁ ମର୍ଣ୍ଣିଂୱାକ କରିବାକୁ ଆସନ୍ତି ସେମାନେ ଏହି ମୂର୍ତ୍ତିକୁ ଦେଖି କିଛି ସମୟ ଲାଗି ଯୋଗ ଅଭ୍ୟାସ କରିଥାନ୍ତି ।

ଲୋକମାନଙ୍କ ମତ ଏହିସବୁ ମୂର୍ତ୍ତିକୁ ଦେଖି ଯୋଗ କରିବା ବହୁତ ସହଜ । ସମସ୍ତ ମୂର୍ତ୍ତିକୁ ଯୋଗର ଏକ ଏକ ଆସନ ଅନୁସାରେ ନିର୍ମାଣ କରାଯାଇଛି । ଏହି ସେବା ନିଃଶୁଳ୍କ ହୋଇଥିବାରୁ ଆପଣ ଯେତେ ସମୟ ପର୍ଯ୍ୟନ୍ତ ଚାହିଁବେ ସେତେ ସମୟ ପର୍ଯ୍ୟନ୍ତ ଏହି ମୂର୍ତ୍ତିକୁ ଦେଖି ଯୋଗ ଅଭ୍ୟାସ କରିିପାରିବେ ।

Get real time updates directly on you device, subscribe now.