ନୂଆଦିଲ୍ଲୀ: ପୁଣି ବୋମା ଧମକ। ୟୁଟର୍ଣ୍ଣ ନେଲା ବିମାନ। ବୋମା ଧମକ ଯୋଗୁଁ ଜର୍ମାନୀ ଫେରିଗଲା ବିମାନ। ହାଇଦ୍ରାବାଦ ଆସୁଥିଲା ଳୁଫଥହଂସ ବିମାନ। ଭାରତୀୟ ବାୟୁସୀମାରେ ପ୍ରବେଶ ପୂର୍ବରୁ ଫେରିଗଲା।
ଜର୍ମାନୀର ଫ୍ରାଙ୍କଫର୍ଟରୁ ହାଇଦ୍ରାବାଦ ଆସୁଥିବା ଏକ ବିମାନକୁ ବୋମା ଥିବା ଖବର ପରେ ଫେରାଇ ଦିଆଯାଇଥିଲା। ତଥାପି, ଫ୍ରାଙ୍କଫର୍ଟରେ ତଦନ୍ତ ସମୟରେ କୌଣସି ବୋମା ମିଳିନଥିଲା।
କୁହାଯାଉଛି ଯେ ବିମାନଟି ଉଡ଼ାଣ ଭରିବା ପରେ ବୋମା ଥିବା ଖବର ମିଳିଥିଲା। ତେଣୁ ବିମାନକୁ ଫ୍ରାଙ୍କଫର୍ଟକୁ ଫେରାଇ ନିଆଯାଇଥିଲା। ଉଡ଼ାଣ ଭରିବାର ଦୁଇ ଘଣ୍ଟା ପରେ, ବିମାନଟି ପୁଣି ଫ୍ରାଙ୍କଫର୍ଟରେ ଅବତରଣ କରିଥିଲା। ଏହି ବିମାନଟି ଲୁଫ୍ଥାନସା ଏୟାରଲାଇନ୍ସର ଥିଲା।