ଏହି ଘରକୁ ନିଜେ ଆସିଥାନ୍ତି ମା’ ଲକ୍ଷ୍ମୀ: ମିଳିଥାଏ ଅପାର ଧନ, ଖୁସିରେ ଭରିଯାଏ ଜୀବନ…

କିଛି ଘରେ ସୁବବେଳେ ମା’ ଲକ୍ଷ୍ମୀଙ୍କ କୃପା ରହିଥାଏ । ଏହି ଘରେ କିଛି ବିଶେଷତ୍ୱ ରହିଥାଏ । ଯେଉଁ କାରଣରୁ ମା’ ଲକ୍ଷ୍ମୀ ଏହି ଘରେ ସବୁବେଳେ ବାସ କରିଥାନ୍ତି ଏବଂ ଖୁବ୍ ଧନ ଧାନ୍ୟ ଦେଇଥାନ୍ତି । ମହାନ ବିଦ୍ୱାନ, ଅର୍ଥଶାସ୍ତ୍ରୀ ଏବଂ କୂଟନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ବ୍ୟବହାରିକ ଜୀବନ ସହ ଜଡ଼ିତ ଜ୍ଞାନ ମଧ୍ୟ ଦେଇଛନ୍ତି । ଚାଣକ୍ୟ ନୀତିରେ ସୁଖଦ ଏବଂ ସଫଳ ଜୀବନ ପାଇବାର ଉପାୟ କୁହାଯାଇଛି । ଏଥିରେ କୁହାଯାଇଛି ଯେ ମା’ ଲକ୍ଷ୍ମୀ କେଉଁ ଘରେ ବାସ କରିଥାନ୍ତି ଏବଂ ତାଙ୍କୁ କିଭଳି ପସନ୍ନ କରି ତାଙ୍କ କୃପା ମିଳିପାରିବ ।

ଏହି ଘରେ ସବୁବେଳେ ଲକ୍ଷ୍ମୀଙ୍କ ବାସ ହୋଇଥାଏ । କେବେ ବି ଧନ-ଧାନ୍ୟର ଅଭାବ ହୋଇନଥାଏ । ଏହା ସହ ଏଭଳି ପରିବାର ସମାଜରେ ଖୁବ୍ ମାନ-ସମ୍ମାନ ମଧ୍ୟ ପାଇଥାନ୍ତି । ତେବେ ଆସନ୍ତୁ ଜାଣିବା ସେହ କାରଣ ବିଷୟରେ ଯାହାଯୋଗୁଁ ମା’ ଲକ୍ଷ୍ମୀ କୃପା ହୋଇଥାଏ ।

– ଯେଉଁ ଘରେ ପତି-ପତ୍ନୀଙ୍କ ମଧ୍ୟରେ ପ୍ରେମ ଏବଂ ସମ୍ମାନ ରହିଥାଏ । ମହିଳାଙ୍କର ଏବଂ ଗୁରୁଜନଙ୍କ ସମ୍ମାନ ହୋଇଥାଏ । ସେହି ଘରେ ସବୁବେଳେ ମା’ ଲକ୍ଷ୍ମୀ ବାସ କରିଥାନ୍ତି ଏବଂ ଧନ-ଧାନ୍ୟରେ ଭରିଯାଏ । ତେଣୁ ସ୍ୱାମୀଙ୍କୁ ସବୁବେଳେ ସ୍ତ୍ରୀଙ୍କୁ ସମ୍ମାନ ଦେବା ଉଚିତ୍ ।

– ଯେଉଁ ଘରେ ଜ୍ଞାନୀ-ବିଦ୍ୱାନ, ସନ୍ଥ-ମହାତ୍ମାଙ୍କର ସମ୍ମାନ ହୋଇଥାଏ, ସେଠାରେ ସବୁବେଳେ ଖୁସି ଏବଂ ସମୃଦ୍ଧି ରହିଥାଏ । ଏଭଳି ପରିବାରକୁ ସମାଜରେ ମଧ୍ୟ ଖୁବ୍ ସମ୍ମାନ ମିଳିଥାଏ ଏବଂ ପରିବାର ସଦସ୍ୟଙ୍କ ଭଲ ଅଭ୍ୟାସ-ସଂସ୍କାର ମଧ୍ୟ ହୋଇଥାଏ । ଏଭଳି ଘରେ ସମୃଦ୍ଧି ଏବଂ ଅର୍ଥ ନିଜେ ଆସିଥାଏ ।

– ଯେଉଁ ଘରେ ଅନ୍ନର ସମ୍ମାନ ହୋଇଥାଏ । ରୋଷେଇ ଘର ସଫା-ସୁତୁରା ରହିଥାଏ, ବିନା ସ୍ନାନ କରି ପ୍ରବେଶ ହୁଏ ନାହିଁ । ତାଙ୍କୁ ମା’ ଲକ୍ଷ୍ମୀ ଏବଂ ମା’ ଅନ୍ନପୂର୍ଣ୍ଣା ସବୁବେଳେ ପ୍ରସନ୍ନ ରହିଥାନ୍ତି ଏବଂ ଖୁବ୍ ଧନଧାନ୍ୟ ଦେଇଥାନ୍ତି । ଏଭଳି ଘରେ କେବେ କୌଣସି ଜିନିଷର ଅଭାବ ହୋଇନଥାଏ ।