fbpx
BJD SKY
BJD SKY

ମାନା ପଟେଲ ରଚିଲେ ଇତିହାସ; ପ୍ରଥମ ମହିଳା ଭାବେ ସନ୍ତରଣରେ ଅଲିମ୍ପିକ୍ସ ଯୋଗ୍ୟତା

BJD

ନୂଆଦିଲ୍ଳୀ: ପ୍ରଥମ ମହିଳା ସନ୍ତରଣକାରୀ ଭାବରେ ଟୋକିଓ ଟିକେଟ ହାସଲ କରିଛନ୍ତି ମାନା ପଟେଲ । ୨୧ ବର୍ଷୀୟ ମାନା ପ୍ରଥମ ଭାରତୀୟ ମହିଳା ସନ୍ତରଣକାରୀ ଭାବରେ ଇତିହାସ ରଚିଥିବା ବେଳେ ଚଳିତ ଅଲିମ୍ପିକ୍ସରେ ତୃତୀୟ ଭାରତୀୟ ଖେଳାଳି ଭାବରେ ଯୋଗ୍ୟତା ଅର୍ଜନ କରିଛନ୍ତି । ୟୁନିଭର୍ସାଲ କୋଟା ଜରିଆରେ ମାନା ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି । ୟୁନିଭର୍ସାଲ କୋଟାରେ ଜଣେ ଲେଖାଏଁ ପୁରୁଷ ଓ ମହିଳା ଖେଳାଳିଙ୍କୁ ଯୋଗ୍ୟତା ଅର୍ଜନର ସୁଯୋଗ ମିଳିଥାଏ ।

୧୦୦ ମିଟର ବ୍ୟାକଷ୍ଟ୍ରୋକ୍ ମହିଳା ଇଭେଣ୍ଟରେ ମାନା ପ୍ରଥମ ମହିଳା ଭାବେ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି । ଏହା ପୂର୍ବରୁ ୨୦୦ ମିଟର ବଟରଫ୍ଲାଏ ଇଭେଣ୍ଟରେ ସାଜନ ପ୍ରକାଶ ଓ ୧୦୦ ମିଟର ବ୍ୟାକଷ୍ଟ୍ରୋକ୍ ପୁରୁଷ ବର୍ଗରେ ଶ୍ରୀହରି ନଟରାଜ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଥିଲେ । ମାନା ପଟେଲଙ୍କ ଏହି ସଫଳତା ପରେ କେନ୍ଦ୍ର କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ କିରେଣ ରିଜିଜ୍ଜୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Get real time updates directly on you device, subscribe now.