ମାତିଛି ପାଗଳ କୁକୁର, ଦେଖିଲା ମାତ୍ରେ କାମୁଡ଼ିବାକୁ ଗୋଡ଼ାଉଛି

ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବଡ଼ ଲୋକଙ୍କୁ ବି ଛାଡ଼ୁନି । ଦେଖିଲା ମାତ୍ରେ କାମୁଡ଼ିାବାକୁ ଗୋଡ଼ାଉଛି ।

ଅନୁଗୁଳ: ମାତିଛି ପାଗଳ କୁକୁର । ଯାହାକୁ ଦେଖୁଛି ଗୋଡ଼ାଉଛି । ପାଗଳ କୁକୁର କାମୁଡ଼ାରେ ପାଖାପାଖି ୨୨ରୁ ଉଦ୍ଧ୍ୱର୍ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି ।

ଶୁଶୁଡ଼ା, କଲେଜ ଛକ, ହାଟ ଛକ, ହୁଲୁରିସିଂହା, ହେମସୁରପଡ଼ା ଅଞ୍ଚଳରେ ଏହି ପାଗଳ କୁକୁରଟି ବୁଲୁଛି । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବଡ଼ ଲୋକଙ୍କୁ ବି ଛାଡ଼ୁନି । ଦେଖିଲା ମାତ୍ରେ କାମୁଡ଼ିାବାକୁ ଗୋଡ଼ାଉଛି ସତେ ଯେପରି କୌଣସି କଥାର ପ୍ରତିଶୋଧ ନେଉଛି ।

ତେବେ ପାଗଳ କୁକୁର କାମୁଡ଼ାରେ ଲହୁଲୁହାଣ ହୋଇଥିବା ଗୁରୁତରମାନେ ହେଲେ କୃଷ୍ଣ ଚନ୍ଦ୍ର ବେହେରା, ଆୟୁଷ୍ମାନ ଦେହୁରୀ, ଅଭିରାମ ମାଝୀ, ଗୋଲଖ ନାଏକ, ବାବୁ ଦାସ, ଲକ୍ଷ୍ମୀ ପ୍ରିୟା ବେହେରା । ଅନ୍ୟମାନଙ୍କ ପରିଚୟ ମିଳିପାରିନାହିଁ ।