fbpx

BGMI ଓ Free Fireକୁ ଟକ୍କର୍ ଦେବା ପାଇଁ ଆସୁଛି ମେଡ୍ ଇନ୍ ଇଣ୍ଡିଆ ବ୍ୟାଟଲ୍ ରୟାଲ୍ ଗେମ୍

ନୂଆଦିଲ୍ଲୀ: ଭାରତରେ ପବଜି ମୋବାଇଲ୍ ଗେମ୍ ବ୍ୟାନ୍ ହେବାପରେ Battlegrounds Mobile India (BGMI)କୁ ଅଣାଯାଇଥିଲା । ଭାରତରେ BGMI ଓ ଗରୀନା ଫ୍ରୀ ଫାୟାର୍ ହେଉଛି ଖୁବ୍ ଲୋକପ୍ରିୟ ମୋବାଇଲ୍ ଗେମ୍ । ଭାରତୀୟ ଗେମିଂ ମାର୍କେଟାରେ ଏହିଦୁଇଟିର କ୍ରେଜ୍ ଅଧିକ ରହିଛି । ତେବେ ଏହି ଦୁଇ ଗେମ୍ କୁ ଟକ୍କର୍ ଦେବା ପାଇଁ ଦେଶୀ ବ୍ୟାଟଲ୍ ରୟାଲ୍ ଗେମ୍ କୁ ଅଣାଯାଉଛି । ପୁଣେର ଗେମ୍ ଷ୍ଟୁଡିଓ ସୁପର୍ ଗେମିଂ ପକ୍ଷରୁ ବ୍ୟାଟଲ୍ ରୟାଲ୍ ମୋବାଇଲ୍ ଗେମିଂ ଇଣ୍ଡଷ୍ଟ୍ରୀରେ ଏଣ୍ଟ୍ରି କରିବା ନେଇ ଘୋଷଣା କରିସାରିଛି । ଏହି ଦେଶୀ ବା ମେଡ୍ ଇନ୍ ଈଣ୍ଡିଆ ଗେମ୍ ର ନାମ ଇଣ୍ଡସ୍ ବ୍ୟାଟଲ୍ ରୟାଲ୍ ରଖାଯିବ ।

ହେଲେ ଗେମ୍ ର କେଉଁ ତାରିଖରେ ଲଞ୍ଚ କରାଯିବ ସେ ସମ୍ପର୍କରେ କିଛି ବି କୁହାଯାଇନାହିଁ । ଏହାକୁ ନେଇ କେବଳ ଏହା କୁହାଯାଇଛି ଯେ, ଗେମ୍ କୁ ୨୦୨୨ ଅର୍ଥାତ୍ ଏବର୍ଷ ହିଁ ଲଞ୍ଚ କରାଯିବ । ସୁପର୍ ଗେମିଂ ଏବେ ମାସ୍କଗନ୍ ଓ ସିଲି ରୟାଲ୍ ଗେମ୍ ଅଫର୍ କରୁଛି । ଏହି ଗେମ୍ ସୋଶାଲ୍ ଓ ମଲ୍ଟିପ୍ଲେୟର୍ସ ଇଣ୍ଟରେକ୍ସନ୍ ଉପରେ ଫୋକସ୍ କରୁଛି ।

ତେବେ ଇଣ୍ଡସ୍ ଗେମ୍ ଦୁନିଆର ମେଡ୍ ଇନ୍ ଇଣ୍ଡିଆ ବ୍ୟାଟଲ୍ ରୟାଲ୍ ଭାବରେ ଜଣାଯିବ । ଏହାକୁ ମୋବାଇଲ୍, ଲାପଟପ୍ ଓ କନସୋଲ୍ସ ରେ ଉପଲବ୍ଧ କରାଯିବ । ,ଏଥିରେ ମଡର୍ଣ୍ଣ ବ୍ୟାଟଲ୍ ରୟାଲ୍ ଭଳି ଗନ୍ ଓ ଗେମ୍ସପ୍ଲେ ସିଷ୍ଟମ୍ ଦିଆଯିବ ।

Get real time updates directly on you device, subscribe now.