fbpx

ଚଉବନରେ ଚମକୁଛନ୍ତି, ମଧୁଝରା ହସ ଓ ହୃଦୟ ଜିଣା ନୃତ୍ୟରେ ଚର୍ଚ୍ଚିତ ଚେହେରା

ପର ପିଢିଙ୍କୁ ଟକ୍କର୍ ଦେଉଛନ୍ତି, ମାଧୁରୀ; କେହି ଧାର ଧରିପାରୁନାହାନ୍ତି

Advertisement

ଓଡ଼ିଶା ଭାସ୍କର ବ୍ୟୁରୋ: ସେଇ ଢଙ୍ଗ, ସେଇ ଚାହାଣୀ । ସେଇ ସୁନ୍ଦରତା ସେଇ ନାଚ ଶୈଳୀ । ଏହି ସ୍ୱତନ୍ତ୍ର ଦକ୍ଷତା ରହିଛି ତାଙ୍କର । ଯେଉଁଥିପାଇଁ ନୂଆପିଢ଼ିର କୌଣସି ନାୟିକା ତାଙ୍କୁ ଟକ୍କର୍ ଦେଇପାରୁନାହାନ୍ତି । ଆଉ ଏବେ ବି ବଲିଉଡ୍ ଇଣ୍ଡଷ୍ଟ୍ରିରେ ରାଜ୍ କରୁଛନ୍ତି ମାଧୁରୀ ଦୀକ୍ଷିତ । ଫିଲ୍ମ ସହିତ ଡ୍ୟାନ୍ସ ରିଅଲିଟି ଶୋ’ ଜରିଆରେ ସେ ସର୍ବଦା ଦର୍ଶକଙ୍କ ନିକଟତର ହୋଇଥାନ୍ତି । ତାଙ୍କର ଅପରୂପ ସୌନ୍ଦର୍ଯ୍ୟ ଆଉ କଥା କହିବା ଶୈଳୀ ପାଇଁ ପ୍ରଶଂସକ ପାଗଳ ପ୍ରାୟ ହୋଇଯାଆନ୍ତି । ଶୋ’ରେ ସେ କେତେବେଳେ ଶାଢ଼ି, ଲହଙ୍ଗା ତ ଆଉକେବେ ଶରାରା ପିନ୍ଧି ଚମକୁ ଥାଆନ୍ତି । ଇତିମଧ୍ୟରେ ମାଧୁରୀଙ୍କ ଲାଟେଷ୍ଟ୍ ଫଟୋ ଶୁଟ୍ ପାଇଁ ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ବ୍ଲାକ୍ ଆଣ୍ଡ ହ୍ୱାଇଟ୍ କଲରର ଲହଙ୍ଗା-ଚୋଲିରେ ମାଧୁରୀଙ୍କୁ ଯିଏ ଦେଖିବ ସେ ତାଙ୍କ ଦିବାନା ହୋଇଯିବା ଏକପ୍ରକାର ନିଶ୍ଚିତ । ଖାଲି ଏତିକି ନୁହେଁ ୫୪ ବର୍ଷୀୟା ଅଭିଜ୍ଞ ଅଭିନେତ୍ରୀ ମାଧୁରୀଙ୍କ ଏହି ସ୍ୱତନ୍ତ୍ର ଡ୍ରେସ୍ ମୂଲ୍ୟ ପ୍ରାୟ ୫୪ ହଜାର ଟଙ୍କା ବୋଲି ଜଣାପଡ଼ିଛି ।

ମାଧୁରୀ ପିନ୍ଧିଥିବା ଉକ୍ତ କଳା-ଧଳା ଲହଙ୍ଗାରେ ସୁନ୍ଦର ଏମ୍ବ୍ରୋଡରି ମଧ୍ୟ ହୋଇଛି । ଫ୍ୟାଶନ୍ ଡିଜାଇନର୍ ରୀତି ଅରନେଜା ଏହି ଡ୍ରେସ ପ୍ରସ୍ତୁତ କରିଥିବାବେଳେ ଚୋଲିରେ ଷ୍ଟୋନ୍ ଆଉ ଜରିର ଆକର୍ଷଣୀୟ କାରୁକାର୍ଯ୍ୟ କରାଯାଇଛି। ଖାଲି ସେତିକି ନୁହେଁ, ମ୍ୟାଚିଂ ହେବା ଭଳି ଦୁପଟ୍ଟାରେ ମାଧୁରୀ ଏକ ‘ପରୀ’ ଭଳି ଦେଖାଯାଉଛି । ମାଧୁରୀଙ୍କ ଏହି ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବାବେଳେ ଅନେକ ନାମକରା କଳାକାର ଓ ବଲିଉଡ୍ ସହ ସମ୍ପୃକ୍ତ ବ୍ୟକ୍ତି ବିଶେଷ ଖୁବ୍ ପ୍ରଶଂସା କରୁଛନ୍ତି । ଏଥିସହ ଫ୍ୟାନ୍ସମାନେ ସୁନ୍ଦର ମତାମତ ଦେଉଥିବା ଦେଖାଯାଇଛି । ମାଧୁରୀଙ୍କ ଫଟୋରେ ମୌନି ରାୟ ଲେଖିଛନ୍ତି – ଷ୍ଟନିଂ, ଅଙ୍କିତା ଲୋଖଣ୍ଡେ ‘ୱାଓ’ ବୋଲି ଉଲ୍ଲେଖ କରିଛନ୍ତି । ସେହିପରି ଜଣେ ୟୁଜର୍ସ ‘ମାର୍ ଡାଲା’ ବୋଲି ଲେଖିଥିବାବେଳେ ଆଉଜଣେ କହିଛନ୍ତି ଆମାଜିଂ । ଏମିତି ଅନେକ ମତାମତ ଭିତରେ ଜଣେ ୟୁଜର୍ସ ମାଧୁରୀଙ୍କୁ ‘ସୁନ୍ଦରତାର ପରିଭାଷା’ ବୋଲି କହିଛନ୍ତି ।

Madhuri Dixit Nene

ସମ୍ପ୍ରତି ମାଧୁରୀ ଡ୍ୟାନ୍ସ ରିଅଲିଟି ଶୋ’ ‘ଡ୍ୟାନ୍ସ ଦିବାନେ’ରେ ଜଜ୍ ଭୂମିକାରେ ନଜର ଆସୁଛନ୍ତି । କୁହାଯାଉଛି କି ତାଙ୍କର ଏହି ଲାଟେଷ୍ଟ୍ ଲୁକ୍ ଶୋ’ ଅବସରରେ ଶୁଟ୍ ହୋଇଛି । ଏହି ସପ୍ତାହରେ ଉକ୍ତ ଶୋ’ରେ ଅତିଥି ଭାବେ ବରିଷ୍ଠ ନିର୍ଦ୍ଦେଶକ ସୁଭାଷ ଘାଇ ଆସିବେ । ସୁଭାଷ ଘାଇଙ୍କ ଚର୍ଚ୍ଚିତ ଚଳଚ୍ଚିତ୍ର ‘ଖଳ ନାୟକ’ରେ ସଞ୍ଜୟ ଦତ୍ତ ଓ ମାଧୁରୀଙ୍କ ଅଭିନୟକୁ ପ୍ରଶଂସକ ଆଜି ମଧ୍ୟ ଝୁରି ହେଉଛନ୍ତି । ସେହି ସ୍ମୃତିଚାରଣ କରିବେ ନିର୍ଦ୍ଦେଶକ ଓ ଅଭିନେତ୍ରୀ । ଅନ୍ୟପକ୍ଷରେ ନେଟଫ୍ଲିକ୍ସରେ ଖୁବଶୀଘ୍ର ମାଧୁରୀ ‘ଫାଇଣ୍ଡିଙ୍ଗ ଅନାମିକା’ରେ ନଜରରେ ଆସିବେ ।

 

Get real time updates directly on you device, subscribe now.