fbpx

ମଧ୍ୟପ୍ରଦେଶରେ ଶିବରାଜଙ୍କ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ, ୨୦ କ୍ୟାବିନେଟ୍ ୮ ରାଜ୍ୟ ମନ୍ତ୍ରୀ ନେଉଛନ୍ତି ଶପଥ

ମଧ୍ୟପ୍ରଦେଶରେ ଭାରତୀୟ ଜନତା ପାର୍ଟୀ ବା ବିଜେପି ସରକାରଙ୍କର ମନ୍ତ୍ରୀମଣ୍ଡଳ ଆଜି ସମ୍ପ୍ରସାରଣ ହୋଇଛି । ମଧ୍ୟପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ ପଟେଲ ରାଜଭବନରେ ନୂଆ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଯାଇଛନ୍ତି । କଂଗ୍ରେସର କମଲନାଥ ସରକାରଙ୍କ ପତନ ପରେ ଶିବରାଜ ଚୌହ୍ୱାନ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ କ୍ୟାବିନେଟରେ କିଛି ମନ୍ତ୍ରୀ ସାମିଲ ହୋଇଛନ୍ତି ।

ତେବେ ସରକାର ଗଠନ ପରେ ଏହା ହେଉଛି ପ୍ରଥମ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ଯେଉଁଥିରେ କଂଗ୍ରେସରୁ ବିଜେପିରେ ସାମିଲ ହୋଇଥିବା ଜ୍ୟେତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକଙ୍କୁ ଦେଖିବାକୁ ମିଳିଛଇ । ଏହି ଶପଥ ଗ୍ରହଣ ଉତ୍ସବରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଗୋପାଳ ଭାର୍ଗବ, ବିଜୟ ଶାହା, ଜଗଦୀଶ ଦେବଡା ଓ ବିସାହୁ ଲାଲ ସିଂହ । ତେବେ ମନ୍ତ୍ରୀମାନଙ୍କର ଦେଖନ୍ତୁ ଲିଷ୍ଟ..
୧. ଗୋପାଳ ଭାର୍ଗବ
୨. ବିଜୟ ଶାହା
୩. ଜଗଦୀଶ ଦେବଡା
୪. ବିସାହୁ ଲାଲ ସିଂହ
୫. ଯଶୋଧରା ରାଜେ ସିନ୍ଧିଆ
୬. ଭୁପେନ୍ଦ୍ର ସିଂହ
୭. ଏଦଲାସିଂହ କଂଷାନା
୮. ବିଶ୍ୱାସ ସାରଙ୍ଗ
୯. ଇମରତୀ ଦେବୀ
୧୦. ପ୍ରଭୁରାମ ଚୌଧୁରୀ
୧୧. ମହେନ୍ଦ୍ର ସିଂ ସିସୋଦିଆ
୧୨. ପ୍ରଦ୍ୟୁମନ ସିଂ ତୋମାର
୧୩. ପ୍ରେମ ସିଂ ପଟେଲ
୧୪. ଓମ୍ ପ୍ରକାଶ ସକଲେଚା
୧୫. ଉଷା ଠାକୁର
୧୬. ଅରବିନ୍ଦ ଭଦୌରିଆ
୧୭. ମୋହନ ଯାଦବ
୧୮. ହରଦୀପ ସିଂ ଢଙ୍ଗ
୧୯. ରାଜବର୍ଦ୍ଧନ୍ ସିଂ
୨୦. ଭାରତ ସିଂ କୁଶୱା
୨୧. ଇନ୍ଦର ସିଂ ପରମାର
୨୨. ରାମ ଖିଲୱାନ୍ ପଟେଲ
୨୩. ରାମ କିଶୋର କାବେର
୨୪. ବୃଜେନ୍ଦ୍ର ସିଂ ଯାଦବ
୨୫. ଗିରାର୍ଜ ଡଣ୍ଡୋତିଆ
୨୬. ସୁରେଶ ଧାକଡ
୨୭. ଓପିଏସ ଭଦୌରିଆ

Get real time updates directly on you device, subscribe now.