fbpx

ଜୁଲାଇ ୩୧ ଯାଏଁ ଗାଡି ଚଳାଚଳ ବନ୍ଦ

ଗଞ୍ଜାମ,୨ ।୭(ଓଡିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କରୋନା ମହାମାରୀ ବଢି ଚାଲିଥିବା ବେଳେ ଏଥିରେ ଅଧିକ ପ୍ରଭାବିତ ହେଉଛି ଗଞ୍ଜାମ ଜିଲ୍ଲା । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ୩୧ଜୁଲାଇ ଯାଏଁ ସବୁ ପ୍ରକାର ଯାନବାହାନ ଚଳାଚଳ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । କେବଳ କୃଷି, ସାମଗ୍ରୀ ପରିବହନ ଏବଂ ସ୍ୱାସ୍ଥ୍ୟ ସେବାକୁ କଟକଣାରୁ ବାଦ୍ ଦେଇ ଅନ୍ୟ ସମସ୍ତ ଗାଡି ଚଳାଚଳ ଉପରେ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ ।

କେବଳ ଦୁଇ ଚକିଆ ଯାନ ଚଳାଚଳ କରିପାରିବ । ବିନା ଆଇଡି ପ୍ରୁଭରେ ବାଇକ ଛଡ଼ା ଯିବନାହିଁ ବୋଲି କୁହାଯାଇଛି । ଏନେଇ ସାଧାରଣ ଲୋକଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ସମସ୍ତ ଲୋକ ନିଜ ନିଜ ସ୍ଥାନରେ ରହିବା ଏବଂ ଗୋଟିଏ କିଲୋମିଟରରୁ ଅଧିକ ସ୍ଥାନ ନଯିବାକୁ ଅନୁରୋଧ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଏହା ସହ ବୟସ୍କ ଲୋକମାନଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୪୦୦ରୁ ଅଧିକ ଲୋକ ଏହି କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୪ ଜଣଙ୍କର ମୃତ୍ୟୁ ଘଟିସାରିଛି ।

Get real time updates directly on you device, subscribe now.