Maha Shivratri 2025: ଆଜି ପବିତ୍ର ମହା ଶିବରାତ୍ରୀ, ସକାଳୁ ସକାଳୁ ଶୈବପୀଠରେ ଲାଗିଛି ଭିଡ଼
ଆଜି ଜାଗର । କାହିଁକି ପାଳନ ହୁଏ ମହାଶିବରାତ୍ରୀ ଜାଣନ୍ତୁ ।
ଭୁବନେଶ୍ବର: ଆଜି ମହାଶିବରାତ୍ରୀ । ଏନେଇ ମଧ୍ୟରାତ୍ରରୁ ସମସ୍ତ ଶୈବପୀଠରେ ଗହଳି ଦେଖିବାକୁ ମିଳିଛି । ବବାଙ୍କ ଦର୍ଶନ ପାଇବା ପାଇଁ ସମସ୍ତ ମନ୍ଦିରରେ ଭକ୍ତଙ୍କର ଧାଡି ରହିଛି। କୁହାଯାଏ ଯିଏ ଆଲୋକର ରାସ୍ତା ଦେଖାଇବା ସହିତ ପାପତାପରୁ ମୁକ୍ତି ଦିଅନ୍ତି ସେ ହେଉଛନ୍ତି ଶୀବ । ତିନି ଗୋଟି ଆଖି, ପାଞ୍ଚ ଗୋଟି ମୁଖ ରହିଥିବା ବେଳେ ବୃଷଭ ହେଉଛନ୍ତି ଶୀବଙ୍କ ବାହାନ ।
କାହିଁକି ପାଳନ ହୁଏ ଶିବରାତ୍ରୀ- ତେବେ ମନ୍ଦିର ଗୁଡିକରେ ଭିଡ ରହିଥିବା ବେଳେ ହରହର ମହାଦେବ ଧ୍ବନିରେ କମ୍ପୁଛି ଗଗନ ପବନ । ଫାଲ୍ଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ଦିନ ପାଳନ ହୁଏ ମହାଶିବରାତ୍ରୀ । ଯେତେବେଳେ ଦେବ ଓ ଅସୁରମାନଙ୍କ ଦ୍ୱାରା ସମୁଦ୍ର ମନ୍ଥନ ହୋଇଥିଲା ସେତେବେଳେ ବାହାରିଥିବା ସମସ୍ତ ବିଷକୁ ଶିବ ପାନକରି ଦେଇଥିଲେ । ଏହା ପରେ ଶିବ ମୂର୍ଚ୍ଚା ହୋଇଯାଇଥିବା ବେଳେ ତାଙ୍କ ପାଇଁ ଦେବତାମାନେ ଅଖଣ୍ଡ ପ୍ରଦୀପ ଜାଳିଥିଲେ ।
ତେବେ ଫାଲୁଗୁନ କୃଷ୍ଣ ଚତୁର୍ଦ୍ଦଶୀରେ ଶିବ ଲିଙ୍ଗ ଭାବେ ଆବିର୍ଭୂତ ହୋଇଥିଲେ । ଏହା ପରଠାରୁ ପ୍ରତିବର୍ଷ ମହାଶିବରାତ୍ରୀ ପାଳନ କରାଯାଉଛି । ତେବେ ଶିବଙ୍କୁ ଆଜି ପୂଜ କରି ଅଖଣ୍ଡ ଦୀପ ଜାଳିଲେ କୋଟି ପୂଣ୍ୟ ମିଳିଥାଏ ବୋଲି କୁହାଯାଏ । ସାରା ସଂସାରରୁ ଅଜ୍ଞାନରୂପକ ଅନ୍ଧକାରକୁ ଦୂରେଇ ଆଲୋକ ପ୍ରଦାନ କରିବା ହେଉଛି ମହାଦୀପ ଉଠାଣର ଉଦ୍ଦେଶ୍ୟ ।
ସୁରକ୍ଷା ବ୍ୟବସ୍ଥା- ତେବେ ଲିଙ୍ଗରାଜ ମନ୍ଦିରରେ ଆଜି ନିର୍ଦ୍ଧାରିତ ସମୟରେ ଉଠିବ ମହାଦୀପ । ସମସ୍ତ ନୀତିକାନ୍ତି ସାରିବା ସହ ରାତି ୧୦ଟାରେ ମହାଦୀପ ଉଠାଇବାକୁ ସେବାୟତଙ୍କ ପକ୍ଷରୁ କୁହାଯାଇଛି । ତେବେ ମଧ୍ୟରାତ୍ରୀରୁ ହିଁ ଭକ୍ତ ଲାଇନ୍ ଲଗାଇଥିବା ବେଳେ ଭିଡକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ମଧ୍ୟ ବ୍ୟବସ୍ଥା କରାଯାଇଛି । ୪୦ ପ୍ଲାଟୁନ ପୋଲିସ ଫୋର୍ସ ଓ ୧୦୦ ଅଧିକାରୀ ମୁତୟନ କରାଯାଇଛି । ଭୋର ୪ଟା ୩୦ରୁ ଦିନ ୧୧ଟା ପର୍ଯ୍ୟନ୍ତ ସାହାଣ ମେଳା ଦର୍ଶନ ଏବଂ ୧୧ଟା ପରଠାରୁ ଆଡ଼କାଠି ଠାରେ ଦର୍ଶନ କରିବେ ଶ୍ରଦ୍ଧାଳୁ ।