fbpx

ରାସ୍ତା ଉପରୁ ଷଣ୍ଢକୁ ଝାମ୍ପିଲା ମହାବଳ ବାଘ; ଦେଖନ୍ତୁ ସେହି ବେଳର ଦୃଶ୍ୟ…

ଓଡ଼ିଶା ଭାସ୍କର: ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ଆମେ ପଶୁମାନଙ୍କ ବିଭିନ୍ନ ଆଚରଣକୁ ଦେଖିବାକୁ ଉତ୍ସୁକ ରହିଥାନ୍ତି। ତାହା ଟେଲିଭିଜନ ପରଦାରେ ହେଉ କି ମୋବାଇଲ, କିମ୍ବା ବୁଲାବୁଲି କରିବା ସମୟରେ ଆମେ ବିଭିନ୍ନ ପଶୁ-ପକ୍ଷୀ ଓ ସେମାନଙ୍କ ଅଚରଣ ଦେଖିଥାଉ। ସେ ଶିକାର ସମୟର ହେଉ କିମ୍ୱା ମଜାଳିଆ କଥା । ତେବେ ସେମିତି ଏକ ଚିତ୍ର ସାମ୍ନାକୁ ଆସିଛି । ଶିକାର କରିବାକୁ ଯାଇ ଏକ ମହାବଳ ବାଘ ରାସ୍ତା ଉପରୁ ଏକ ଷଣ୍ଢକୁ ଝାମ୍ପିନେଉଛି । ସେହି ବେଳର ଦୃଶ୍ୟ ଦେଖିଲେ ଆପଣବି କହିବେ ଗୋଟେପଟେ ପାର୍ବତୀଙ୍କ ବାହନ ତ ଅନ୍ୟପଟେ ଶିବଙ୍କ ବାହନ । ଯାହାକୁ ଦେଖିବାକୁ ମନରେ ଉତ୍କଣ୍ଠା ବଢିବ ।

ଏହି ଫଟୋକୁ ନେଇ ସୋସିଆଲ ମିଡିଆରେ ଫଟୋ ସେୟାର କରିଛନ୍ତି ଜଣେ IFS ଅଧିକାରୀ । IFS ଅଧିକାରୀ ସନ୍ଦିପ ତ୍ରିପାଠୀ ଆଜି ସେ ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟ (@sandeepifs) ନାମରେ ଥିବା ଟ୍ୱିଟର୍ ଆକାଉଣ୍ଟରେ ଏହି ଫଟୋକୁ ପୋଷ୍ଟ କରିଛନ୍ତି । ଏହି ପୋଷ୍ଟକୁ ନେଇ ଅନେକ ଲୋକ ସେମାନଙ୍କର ବିଭିନ୍ନ ପ୍ରକାରର ମନ୍ତବ୍ୟ – ପ୍ରତିକ୍ରିୟା ରଖିଛନ୍ତି । ମାତ୍ର ଚାରି ଘଣ୍ଟା ମଧ୍ୟରେ ପାଖାପାଖି ୭,୪୬୧ ଜଣ ଲୋକ ଦେଖିସାରିଲେଣି ।

 

Get real time updates directly on you device, subscribe now.