fbpx

“ଝିମିଟି ଖେଳରୁ ମହାଭାରତ” : କୁକୁର ବୁଲାଇବା ବିବାଦରୁ ହତ୍ୟାକାଣ୍ଡ, ଦୁଇ ମୃତ

ଇନ୍ଦୋର : ମଧ୍ୟପ୍ରଦେଶର ରାଜଧାନୀ ଇନ୍ଦୋରର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ବ୍ୟାଙ୍କର ସିକ୍ୟୁରିଟି ଗୁଳି ଚଳାଇବାର ଦେଖିବାକୁ ମିଳିଛି । ଗୁଳି ଚଳାଇବା ମାତ୍ରେ ଆଖ ପାଖ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା । ଏହି ଗୁଳିକାଣ୍ଡରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଏହି ଗୁଳିକାଣ୍ଡରେ ୨ ଜଣଙ୍କ ମୃତ୍ୟୁ ହୋଇଛି, ଯେତେବେଳେ କି ୬ଜଣ ଲୋକେ ଆହାତ ହୋଇଯାଇଥିଲେ । ସିକ୍ୟୁରିଟ ଗାର୍ଡ ଗୁଳି କରି ମାରିବା ସମୟରେ ତାଙ୍କର କେହି ଜଣେ ଭିଡିଓ ରେକର୍ଡ କରିଥିଲା ଏବଂ ତାହ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସୂଚନା ଅନୁସାରେ, ଇନ୍ଦୋରର ଖଜ୍ରାନା ଅଞ୍ଚଳରେ କୃଷ୍ଣ ବାଗ କଲୋନୀର 117 ବିରେ ଦୁଇଟି କୁକୁର ବୁଲିବାକୁ ନେଇ ଝଗଡା ପରିସ୍ଥିତି ଉପୁଜିଥିଲା। ଯେଉଁ କାରଣରୁ ବ୍ୟାଙ୍କ ଅଫ୍ ବରୋଦାରେ କାର୍ଯ୍ୟରତ ସୁରକ୍ଷା କର୍ମୀ ରାଜପାଲ ରାଜୱାଟ ରାଗରେ ଆସି ଘରର ଗ୍ୟାଲେରୀରୁ ଠିଆ ହୋଇ ଗୁଳି ଚଳାଇଥିଲେ। ଏହି ସମୟରେ ଭିମଲ ଆଚାଲା ଏବଂ ରାହୁଲ ଅମାଚା ନାମକ ଜଣେ ଯୁବକ ଏହି ଘଟଣାରେ ଗୁଳିରେ ଆଘାତ ହୋଇ ମୃତ୍ୟୁ ବରଣ କରିଥିଲେ। ଏହି ଗୁଳି ବିନିମୟରେ ମୋଟ 6 ଜଣ ଗୁରୁତର ଆହତ ହୋଇଛନ୍ତି। ପରବର୍ତ୍ତୀ ସମୟରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷାକର୍ମୀ ରାଜପାଲଙ୍କୁ ଗିରଫ କରିଥିଲା ​​ଏବଂ ଲାଇସେନ୍ସପ୍ରାପ୍ତ 12 ବୋର ବନ୍ଧୁକ ମଧ୍ୟ ଉଦ୍ଧାର କରିଥିଲା। ମୃତ ତଥା ଅଭିଯୁକ୍ତ ପଡୋଶୀ ହୋଇଥିବାର ସୂଚନା ମିଳିଛି ।

ପରବର୍ତୀ ସମୟରେ ପୋଲିସ ଘଟଣାସ୍ଥଳରେ ପଂହଁଚିଛି , ଘଟଣାର ତଦନ୍ତ ଆରମ୍ଭ କରିଛି । ଏବେ ଏହି ଭିଡ଼ିଓଟି ସୋସିଆଲ ମିଡିଆର ଭୁତ ଜୋରରେ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.