ପ୍ରୟାଗରାଜ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟ୍ ବୈଠକ ମଧ୍ୟାହ୍ନ ୧୨ଟାରୁ ଆରମ୍ଭ ହୋଇଛି। ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ପ୍ରୟାଗରାଜକୁ ସବୁଦିନ ପାଇଁ ପ୍ଲାଷ୍ଟିକ୍ ମୁକ୍ତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ସହ ଅଯୋଧ୍ୟା, ପ୍ରୟାଗରାଜ ଓ ବାରଣାସୀ ସମେତ ୭ଟି ଜିଲ୍ଲାକୁ ମିଶାଇ ଧାର୍ମିକ ସର୍କିଟ୍ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି।
ବୈଠକ ପରେ ସମସ୍ତ କ୍ୟାବିନେଟ୍ ମନ୍ତ୍ରୀ ସଙ୍ଗମ ସ୍ନାନ ଅଭିମୁଖେ ଯାତ୍ରା କରିଥିଲେ।