fbpx
BJD
BJD SKY
BJD SKY

ମାତ୍ର ୧୦୦ ଟଙ୍କାରେ ମିଳିବ ସୁଜି, ଖାଇବା ତେଲ, ଡାଲି, ବାଦାମ: ରାସନ କାର୍ଡଧାରୀଙ୍କୁ ମିଳିଲା ଦୀପାବଳୀ ପ୍ୟାକେଟ୍

BJD

ନୂଆଦିଲ୍ଲୀ: ବର୍ତ୍ତମାନ ପାର୍ବଣ ସିଜିନ ଚାଲିଥିବା ବେଳେ ଉଭୟ ସରକାରୀ ଓ ବେସରକାରୀ କର୍ମଚାରୀଙ୍କୁ ବିଭିନ୍ନ ପ୍ରକାରର ଉପହାର ଓ ବୋନସ୍ ମିଳୁଛି । ତେବେ ଯଦି ଆପଣଙ୍କ ପାଖରେ ରାସନ କାର୍ଡ ଥିବ ତେବେ ଆପଣଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି । ଆଗକୁ ଦିପାବଳୀ ଆସୁଥିବା ବେଳେ ରାସନ କାର୍ଡଧାରୀ ଏକ ବଡ଼ ବେନିଫିଟ୍ ପାଇବାକୁ ଯାଉଛନ୍ତି ।

ରାସନ କାର୍ଡଧାରୀଙ୍କୁ ମାତ୍ର ୧୦୦ ଟଙ୍କାରେ ଗ୍ରୋସରୀ ସାମଗ୍ରୀର ଏକ ପ୍ୟାକେଟ୍ ମିଳିବ । ଏହି ଶହେ ଟଙ୍କିଆ ପ୍ୟାକେଟରେ ଏକ କେଜି ସୁଜି, ଖାଇବା ତେଲ, ଚଣା ଡାଲି ଓ ବାଦାମ ରହିବ । ପାଖାପାଖି ୧.୭୦ କୋଟି ପରିବାର ତଥା ୭ କୋଟି ଲୋକଙ୍କୁ ଏହି ସୁବିଧା ମିଳିବ । ଏଥିପାଇଁ ସରକାରଙ୍କୁ ୫୧୩.୨୪ କୋଟି ଟଙ୍କାର ବ୍ୟୟ ଭାର ବହନ କରିବାକୁ ପଡ଼ିବ ।

ତେବେ ନିକଟରେ ମହାରାଷ୍ଟ୍ର ସରକାର ରାଜ୍ୟବାସୀଙ୍କୁ ଏପରି ଏକ ଦିପାବଳୀ ଉପହାର ଦେବାକୁ ଯାଉଛନ୍ତି । ରାଜ୍ୟ ଖାଦ୍ୟ, ଖାଉଟି ଯୋଗାଣ ଓ ଗ୍ରାହକ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ତେବେ ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ମୁତାବକ ଏହି ଗ୍ରୋସରୀ ପ୍ୟାକେଜ୍ କେବଳ ମାସକ ପାଇଁ ମିଳିବ । ଦିପାବଳୀ ପୂର୍ବରୁ ଏହି ପ୍ୟାକେଣ୍ଟ ବଣ୍ଟନ କରିବାକୁ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ନିର୍ଦ୍ଦେଶ ଦେଇଛନ୍ତି । ଅକ୍ଟୋବର ୨୪ରୁ ୨୭ ମଧ୍ୟରେ ରାଜ୍ୟରେ ଦିପାବଳୀ ଉତ୍ସବ ବଡ଼ ଧୂମଧାମରେ ପାଳିତ ହେବ ।

Get real time updates directly on you device, subscribe now.