fbpx

ଆଶ୍ଚର୍ଯ୍ୟଜନକ: ଏପରି ଶଟ୍ କେବେ ଦେଖିନଥିବେ, କାଇଲ୍ ମେୟରଙ୍କ ଶ୍ରେଷ୍ଠ ଟାଇମିଙ୍ଗରେ ବଲ୍ ପଡିଲା ୧୦୫ ମିଟର ଦୂରରେ

ନୂଆଦିଲ୍ଲୀ: କ୍ରିକେଟ ଏକ ଏପରି ଖେଳ ଯେଉଁଥିରେ କିଛି ବି ପୂର୍ବାନୁମାନ କରିବା କଷ୍ଟକର। ବର୍ତ୍ତମାନ ସମୟରେ ଟି-୨୦ ଫାର୍ମଟି ଏହାର ସବୁଠୁ ଲୋକପ୍ରିୟ। ଏଥିରେ ବ୍ୟାଟ୍ସମ୍ୟାନଙ୍କ ବଳ ସହ ଟାଇମିଙ୍ଗକୁ ମଧ୍ୟ ଗୁରୁତ୍ୱ ଦିଆଯାଇଥାଏ। କୁହାଯାଏ ଯେ ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନମାନେ ଖୁବ ବଳଶାଳୀ। ସେମାନେ ନିଜର ଟାଇମିଙ୍ଗ ସହ ବଳ ପ୍ରୟୋଗ କରି ବହୁତ ବଡ ବଡ ଛକା ମାରି ପାରନ୍ତି। ତେବେ ଆଜି କୁଇନ୍ସଲ୍ୟାଣ୍ଡରେ ଅଷ୍ଟ୍ରେଲିଆ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ୍ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜର ପ୍ରଥମ ମ୍ୟାଚ୍ ରେ ସମାନ ଘଟଣା ଘଟିଥିଲା, ଯେତେବେଳେ କାରିବିଆନ୍ ଓପନର୍ ଶ୍ରେଷ୍ଠ ଟାଇମିଂ ମାଧ୍ୟମରେ ଏକ ଛକା ମାରି ୧୦୫ ମିଟର ଦୂରରେ ବଲକୁ ପକାଇଥିଲେ।

ୱେଷ୍ଟଇଣ୍ଡିଜ୍ ଇନିଂସର ଚତୁର୍ଥ ଓଭରରେ କାମେରନ୍ ଗ୍ରୀନ୍ ପକାଉଥିଲେ, ଏହି ଓଭରର ତୃତୀୟ ବଲକୁ କାଇଲ୍ ମେୟର ଏପରି ହିଟ୍ କରିଥିଲେ ଯାହା କ୍ରକେଟ ପ୍ରେମୀ ଦେଖିବାକୁ ଚାହିଁ ରହିଥାନ୍ତି। ତେବେ ଏହାକୁ ଆଦୌ କାରିବିଆନ୍ ଶକ୍ତି ବୋଲି କହିବେ ନାହିଁ, କାରଣ କଭର ଉପରେ ଏପରି ଶଟ୍ ମାରିବା ଶ୍ରେଷ୍ଠ ଟାଇମିଙ୍ଗ ଛଡା ଆଉ କିଛି କୁହାଯାଇ ପାରିବ ନାହିଁ। ତେବେ ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଛଅଟି ୧୦୫ ମିଟର ଦୂରରେ ଯାଇ ପଡିଥିଲା।

୧୦୫ ମିଟର ଛକା କେବଳ ବଳ ସହିତ ହୋଇପାରେ, କିନ୍ତୁ ଏହି ଶଟ୍ ଟାଇମିଙ୍ଗ ଏତେ ଭଲ ଥିଲା ଯେ ବଲ୍ ର ଗତି ଏବଂ ବ୍ୟାଟ୍ ଟାଇମିଂ ବଲକୁ ବହୁ ଦୂରକୁ ପଠାଇ ଦେଇଥିଲା। ପ୍ରାୟତଃ ଏହିପରି ଶଟ୍ ଗୁଡ଼ିକ ସୀମା ଅତିକ୍ରମ କରିଥାଏ, କିନ୍ତୁ ବଲ୍ ୧୦୫ ମିଟର ଦୂରରେ ପଡ଼େ ନାହିଁ। ଏହି ମ୍ୟାଚରେ କାଇଲ୍ ମେୟର ମାତ୍ର ଗୋଟିଏ ଛକା ମାରିଥିଲେ। ସେ ୩୬ ବଲରେ ୩୯ ରନ୍ କରି ଆଉଟ ହୋଇଥିଲେ। ୱେଷ୍ଟଇଣ୍ଡିଜ୍ ଦଳ ୯ ଟି ୱିକେଟ୍ ହରାଇ ୨୦ ଓଭରରେ ୧୪୫ ରନ୍ କରିପାରିଥିଲା।

Get real time updates directly on you device, subscribe now.