ନୂଆଦିଲ୍ଲୀ: ନିର୍ବାଚନ ପ୍ରଚାର ଶେଷ ହୋଇଥିବା ବେଳେ ଆସନ୍ତାକାଲି(ବୁଧବାର) ଭାଗ୍ୟ ପରୀକ୍ଷା । ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ସୋମବାର ପ୍ରଚାର ଶେଷ ହୋଇଛି । ମହାରାଷ୍ଟ୍ରରେ 288 ବିଧାନସଭା ଆସନନରେ ଆସନ୍ତାକାଲି ଅର୍ଥାତ୍ 20 ତାରିଖରେ ଭୋଟ ପଡିବ । ଅନ୍ୟପଟେ ଝାଡଖଣ୍ଡରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଅନୁଷ୍ଠିତ ହେବ । 38 ବିଧାନସଭା ଆସନରେ ମତଦାନ ହେବ । ନଭେମ୍ବର 23 ତାରିଖରେ ଉଭୟ ରାଜ୍ୟରେ ବିଧାନସଭା ନିର୍ବାଚନ ଫଳାଫଳ ଆସିବ ।
ଯଦି ମହାରାଷ୍ଟ୍ର କଥା ଦେଖିବା ତାହେଲେ 20 ତାରିଖରେ 4136 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଦାରିତ ହେବ । ସେଥିମଧ୍ୟରୁ 234 ଅଣସଂରକ୍ଷିତ ସିଟ୍ ରହିଥିବା ବେଳେ 29ଟି ଜନଜାତି ଏବଂ 25ଟି ଅନୁସୂଚିତ ଜନଜାତି ପାଇଁ ରହିଛି । ତେବେ ଅଧା ରହିଛନ୍ତି ସ୍ବାଧୀନ ପ୍ରାର୍ଥୀ ।2086 ସ୍ବାଧୀନ ପ୍ରାର୍ଥୀ ରହିଥିବା ସୂଚନା ରହିଛି । 9.7 କୋଟି ଭୋଟର 4136ଜଣଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ସେହିପରି ଝାଡଖଣ୍ଡର ଦ୍ବିତୀୟ ପର୍ଯ୍ୟାୟରେ 528 ପ୍ରାର୍ଥୀ ରହିଛନ୍ତି । ପ୍ରାୟ 1.23 ଭୋଟର 528 ପ୍ରାର୍ଥୀଙ୍କ ଭାଗ୍ୟ. ନିର୍ଦ୍ଧାରଣ କରିବେ । ପ୍ରଥମ ପର୍ଯ୍ୟାୟରେ ଝାଡଖଣ୍ଡରେ 43ଟି ଆସନରେ ମତଦାନ ସରିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ 38ଟି ଆସନ ପାଇଁ ମତଦାନ ହେବ । ଦୁଇ ରାଜ୍ୟରେ NDA ଓ ଇଣ୍ଡି ମେଣ୍ଟ ମଧ୍ୟରେ ଟକ୍କର ହେଉଛି । କିଏ ବାଜି ମାରିବ ତାହା ଦେଖିବାକୁ ବାକି ରହିଲା ।