fbpx
BSKY SKY
BSKY SKY

ମୋଗଲ ଶାସକ ଔରଙ୍ଗଜେବଙ୍କୁ ନେଇ ବଢୁଛି ବିବାଦ: ଦୋଷୀ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ହିନ୍ଦୁ ସଂଗଠନର ଦାବୀ

BSKY

କୋହ୍ଲାପୁର:ମହାରାଷ୍ଟ୍ରରେ ଗତ କିଛି ଦିନ ଧରି ମୋଗଲ ଶାସକ ଔରଙ୍ଗଜେବଙ୍କୁ ହ୍ୱାଟସଆପ୍ ଷ୍ଟାଟସ୍ ରେ ରଖାଯିବା ନେଇ ସୃଷ୍ଟି ହୋଇଥିବା ବିବାଦ ଧୀରେ ଧୀରେ ଭୟଙ୍ଗର ହେବାରେ ଲାଗିିଛି । ପ୍ରଥମେ ଅହମ୍ମଦାବାଦରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ଏବେ କୋହ୍ଲାପୁରରେ ବିବାଦର ସୂତ୍ରପାତ ହୋଇଛି । ଆଜି ଏଠାରେ ବନ୍ଦ ଡାକରା ଦିଆଯାଇଥିବା ବେଳେ ଢେଲା ପଥର ମାଡ ହୋଇଥିବାର ସୂଚନା ମିଳିଛି । ପରିସ୍ଥିତି ଏପରି ହୋଇଛି ଯେ, ନିଜେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଫଡନବିସ୍ ଶାନ୍ତି ରକ୍ଷା କରିବା ଲାଗି ସମସ୍ତଙ୍କୁ ନିବେଦନ କରିଛନ୍ତି ।

କୁହାଯାଉଛି କିଛି ଲୋକ ନିଜ ମୋବାଇଲ୍ ଷ୍ଟାଟସ୍ ରେ ଔରଙ୍ଗଜେବ ଓ ଟିପୁ ସୁଲତାନଙ୍କ ଫଟୋ ଲଗାଇ ରଖିଥିଲେ । ଏହାପରେ କିଛି ହିନ୍ଦୁ ସଂଗଠନ ଏହାର ବିରୋଧ କରି ପ୍ରଦର୍ଶନ ଲାଗି ଏକଜୁଟ ହୋଇଥିଲେ । ହିନ୍ଦୁ ସଂଗଠନ ଆପତ୍ତିଜନକ ପୋଷ୍ଟର ସେୟାର କରିଥିବା ଲୋକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଦାବୀ କରି ଆଜି କୋହ୍ଲାପୁର ବନ୍ଦ ଆହ୍ୱାନ କରିଥିଲେ । ଏହି ସମୟରେ ପ୍ରଦର୍ଶନକାରୀ ଓ ପୋଲିସ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା ଓ ଢେଲାପଥର ମାଡ ବି ହୋଇଥିଲା ।
କୋହ୍ଲାପୁରର ଅଲଗା ଅଲଗା ଇଲାକାରେ ପରିସ୍ଥିତିକୁ ଦେଖି ରାଜ୍ୟ ସରକାର ଏବେ ଆକ୍ସନ ମୁଡ୍କୁ ଆସିଛନ୍ତି । ରାଜ୍ୟ ଗୃହ ମନ୍ତ୍ରଣାଳୟ ଏଠାରେ ଉପୁଜିଥିବା ପରିସ୍ଥିତିକୁ ତୁରନ୍ତ ନିୟନ୍ତ୍ରଣ କରିବାକୁ ଆଦେଶ ଦେଇଛି । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି

ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ସମସ୍ତ ଜରୁରୀ ପଦକ୍ଷେପ ନିଆଯାଉ । ଅହମ୍ମଦନଗର ପରେ କୋହ୍ଲାପୁରରେ ହିନ୍ଦୁ ସଂଗଠନ ପ୍ରଦର୍ଶନ ଆରମ୍ଭ କରିଛନ୍ତି । ହଜାର ହଜାର ସଂଖ୍ୟାରେ ହିନ୍ଦୁ ସଂଗଠନର ସଦସ୍ୟ ସଡକ ଉପରକୁ ଚାଲି ଆସି ବିରୋଧ ପ୍ରଦର୍ଶନ କରିଛନ୍ତି । ବିବାଦୀୟ ପୋଷ୍ଟ କରିଥିବା ବ୍ୟକ୍ତିଙ୍କୁ କଠୋର ଦଣ୍ଡ ମିଳୁ ବୋଲି ଦାବୀ କରାଯାଉଛି । ତେବେ ଏହି ମାମଲାରେ ପୋଲିସ ପୂର୍ବରୁ ଦୁଇଜଣଙ୍କୁ ଗିରଫ କରିସାରିଛି । କିନ୍ତୁ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବୀ କରି ହିନ୍ଦୁ ସଂଗଠନ କୋହ୍ଲାପୁରରେ ବନ୍ଦ ଡାକରା ଦେଇଥିଲେ ।

 

Get real time updates directly on you device, subscribe now.